ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣର୍ସ ଲାଇସେନ୍ସ ସମ୍ପର୍କିତ କାର୍ଯ୍ୟ ପାଇଁ RTO ଅଫିସ୍ ଯିବାକୁ ମନା, ଜାଣନ୍ତୁ କାହିଁକି

ଭୁବନେଶ୍ଷର: ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ସମ୍ପର୍କିତ କାର୍ଯ୍ୟ ପାଇଁ ଆବେଦନକାରୀଙ୍କୁ RTO କାର୍ଯ୍ୟାଳୟକୁ ନ ଯିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ(State Transport Authority )ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ସାରଥୀ ପୋର୍ଟାଲ କାର୍ଯ୍ୟକ୍ଷମ ନ ଥିବାରୁ ଆବେଦନକାରୀଙ୍କୁ RTO ଅଫିସ୍ ଯିବା ପାଇଁ ମନା କରାଯାଇଛି। DL ଏବଂ LL ସ୍ଲଟ୍ ପୁଣି ଥରେ ବୁକିଂ କରିବା ନେଇ ପ୍ରକ୍ରିୟା ସମ୍ପର୍କରେ ପରେ ଘୋଷଣା କରାଯିବ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ, କରୋନା ପାଇଁ ପୁଣି ଗାଡ଼ି ଡକ୍ୟୁମେଣ୍ଟ୍‌ ଭ୍ୟାଲିଡିଟି ଅବଧିକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ଗାଡ଼ି ଡକ୍ୟୁମେଣ୍ଟ୍‌ ଭ୍ୟାଲିଡିଟି ଅବଧି ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ପର୍ଯ୍ୟନ୍ତ ଅବଧି ବୃଦ୍ଧି ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି। ଏସଂପର୍କରେ ସବୁ ରାଜ୍ୟକୁ ଆଡଭାଇଜରି ଜାରି କରାଯାଇଛି।

ଗାଡ଼ିର ଫିଟ୍‌ନେସ୍‌, ପରମିଟ୍, ରେଜିଷ୍ଟ୍ରେସନ ଓ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ କୌଣସି ଡକ୍ୟୁମେଣ୍ଟ୍‌ର ଅବଧି ଯଦି ଚଳିତ ବର୍ଷ ଫେବୃଆରୀ ୧ ପରେ ଶେଷ ହେଉଥାଏ, ତେବେ ତାହା ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ବୈଧ ରହିବ। ପୂର୍ବରୁ ମାର୍ଚ୍ଚ ୩୦ରେ ଏହି ଅବଧିକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

You might also like