ଏଣିକି ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ପଦ ପାଇଁ ହେବ ପ୍ରତ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର: ଏଣିକି ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଓ ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଭୋଟରମାନେ ସିଧାସଳଖ ଭୋଟ ଦେଇ ଏମାନଙ୍କୁ ଚୟନ କରିବେ। ଏପରିକି ଉପାଧ୍ୟକ୍ଷ, ଡେପୁଟି ମେୟର ପଦ ପାଇଁ ମଧ୍ୟ ପ୍ରତ୍ୟକ୍ଷ ନିର୍ବାଚନ ହେବ।  ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ଏ ସଂକ୍ରାନ୍ତ ଆଇନ୍‌ ଖୁବ୍‌ଶୀଘ୍ର ବିଧାନସଭାକୁ ସଂଶୋଧନ ପାଇଁ ଆସିବ ବୋଲି ଜଣାପଡ଼ଛି। ଏହା ଦ୍ୱାରା ଅଧ୍ୟକ୍ଷ ଓ ମେୟର ନିର୍ବାଚନରେ ସ୍ୱଚ୍ଛତା ଆସିବ ବୋଲି ଜଣାପଡ଼ିଛି।

ସୂଚନାଥାଉ କି, ଆଗରୁ ପରୋକ୍ଷ ଭାବେ ମେୟର, ପୌରାଧ୍ୟକ୍ଷ ଓ ଏନ୍ଏସି ଅଧ୍ୟକ୍ଷ ନିର୍ବାଚିତ ହେଉଥିଲେ।

ସେହିପରି ଓଡ଼ିଆ ଭାଷାକୁ ସରକାରୀ ଭାଷା ମାନ୍ୟତା କ୍ଷେତ୍ରରେ ଦଣ୍ଡବିଧାନ ନେଇ ମଧ୍ୟ ଏକ ସଂଶୋଧନକୁ ମୋହର ଲଗାଇଛନ୍ତି କ୍ୟାବିନେଟ୍‌। ଦଣ୍ଡବିଧାନରେ ଖିଲାପ କଲେ ଉଭୟ ବିଭାଗ ଓ କର୍ମଚାରୀ ବା ଉଭୟଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା ହୋଇଥିବା କୁହାଯାଉଛି।

You might also like