ଓଡ଼ିଶା ବିଧାନସଭା ସଟ୍ଡାଉନ୍
ଭୁବନେଶ୍ୱର: ଆଜି ଦିନକ ପାଇଁ ଓଡ଼ିଶା ବିଧାନସଭା ସଟ୍ଡାଉନ୍ ଘୋଷଣା ହୋଇଛି। ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ ପଜିଟିଭ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ସଟ୍ଡାଉନ୍ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ଶନିବାର ଓ ରବିବାର ସଟ୍ଡାଉନ୍ ଥିବାରୁ କେବଳ ଆଜି ଦିନକ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି। ସୋମବାର ସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି କହିଛନ୍ତି।
ଅଧିବେଶନ ଚାଲୁ ନ ଥିଲେ ମଧ୍ୟ ବିଧାନସଭାର ଅନ୍ୟାନ୍ୟ ଅଫିସିଆଲ୍ କାମ ଚାଲିଥାଏ। ଅନ୍ୟପକ୍ଷରେ
ନୀଳଗିରି ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବୈଠକରେ ଉପସ୍ଥିତ ବିଧାନସଭାର କର୍ମଚାରୀଙ୍କୁ ଛୁଟିରେ ରହିବାକୁ କୁହାଯାଇଛି।
ଆହୁରି ମଧ୍ୟ ପଢ଼ନ୍ତୁ: ଗଞ୍ଜାମରେ ଚିନ୍ତା ବଢ଼ାଇଲା କରୋନା, ନେଲା ଆଉ ୪ ମୁଣ୍ଡ