ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ ତାଲିକାରେ ତଳକୁ ଖସିଲା ଓଡ଼ିଶା

ଭୁବନେଶ୍ୱର: ଦୁଇ ପାଦ ତଳକୁ ଖସିଲା ଓଡ଼ିଶାର ରାଙ୍କ୍‌। ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ ୨୦୨୦ ତାଲିକାରେ ଓଡ଼ିଶାର ସ୍ଥାନ ଦୁଇ ପାଦ ତଳକୁ ଖସିଛି। ନୀତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଇଣ୍ଡିଆ ଇନୋଭେସନ ଇଣ୍ଡେକ୍ସର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ହେବା ସହ ରାଙ୍କ୍‌ ତଳକୁ ଖସିଛି। ବୁଧବାର ଏହି ରାଙ୍କ୍ ପ୍ରକାଶ ପାଇଥିଲା।

୨୦୧୯ରେ ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଥିବା ପ୍ରଥମ ଇନୋଭେସନ୍‌ ଇଣ୍ଡେକ୍ସ ରାଙ୍କିଂରେ ଓଡ଼ିଶା ୧୨ତମ ସ୍ଥାନରେ ଥିଲା। ତେବେ ନୀତି ଆୟୋଗର ଦ୍ୱିତୀୟ ଇନୋଭେସନ୍‌ ଇଣ୍ଡେକ୍ସ ରାଙ୍କିଂରେ ଓଡ଼ିଶା ୧୪ତମ ସ୍ଥାନକୁ ଖସି ଆସିଛି। ତେବେ ଏଥର ତାଲିକାରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ରହିଛି ଓ ଇନୋଭେସନ ସ୍କୋର ୪୨.୫ ପଏଣ୍ଟ୍‌।

Human Resources Indexରେ ଓଡ଼ିଶା ୪୨.୧୦ ପଏଣ୍ଟ ସହ ୧୦ତମ ସ୍ଥାନରେ ଥିବାବେଳେ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ରେ ୧୫ତମ ଓ Knowledge Works କ୍ୟାଟେଗୋରୀରେ ୧୪ତମ ସ୍ଥାନରେ ରହିଛି। ୨୦୨୦ ସୂଚୀରେ ଓଡ଼ିଶାର ଇନୋଭେସନ ସ୍କୋର ୧୮. ୯୪ ରହିଛି।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ବିଭିନ୍ନ କାର୍ଯ୍ୟ କୁଶଳତାର ଦକ୍ଷତା ଉପରେ ଆଧାରିତ India Innovation Index 2020 ରାଙ୍କ୍ ପ୍ରକାଶିତ ହୋଇଛି।

You might also like