୨୪ ଘଣ୍ଟାରେ ଓଡ଼ିଶାରେ ୪୭୧ କରୋନା ପଜିଟିଭ୍‌ ଚିହ୍ନଟ, ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୭୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୧୯୩ ରହିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୬୯୫ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍-୩,୦୮୫ ଥିବାବେଳେ ୩ ଲକ୍ଷ ୩୭ ହଜାର ୬୩୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି।

ଗତକାଲି ରାଜ୍ୟରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଛତିଶଗଡ଼ ସୀମାକୁ ଲାଗି କରି ରହିଥିବା ଜିଲ୍ଲା ଗୁଡ଼ିକରେ ସ୍ଥିତି ଉଦ୍‌ବେଗଜନକ ହେଲାଣି। ଏହି ସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ହେଉଛି। ଛତିଶଗଡ଼ରୁ ଏହି ସବୁ ଜିଲ୍ଲାକୁ କରୋନା ବ୍ୟାପିଥିବାର ସନ୍ଦେହ କରାଯାଉଛି। କରୋନା ସଂକ୍ରମଣ ବଢ଼ିବା ପରେ ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି

You might also like