ଆହୁରି ୪ ଦିନ ବର୍ଷିବ ! ୧୯ ଜିଲ୍ଲାକୁ ସତର୍କ ସୂଚନା
ଭୁବନେଶ୍ୱର: ରାଜ୍ୟରେ ଆହୁରି ୪ ଦିନ ଅର୍ଥାତ୍ ୭ ତାରିଖ ଯାଏ ବର୍ଷା ଲାଗି ରହିବ। ଏହାସହ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି। ବିହାରରୁ ଛତିଶଗଡ଼ ମଧ୍ୟରେ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଓଡ଼ିଶାରେ ୪ ଦିନ ଯାଏ ବର୍ଷା ଲାଗି ରହିବା ସହ ୩୦/୪୦ କି.ମି ବେଗରେ ପବନ ବହିପାରେ।
ଏ ନେଇ ୧୯ ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବଲାଙ୍ଗିର, ନୂଆପଡ଼ା, ସୋନପୁର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକ।