ବଢ଼ିଲା ହାଉସ୍‌ ସର୍ଜନଙ୍କ ଷ୍ଟାଇପେଣ୍ଡ୍

ଭୁବନେଶ୍ୱର: ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍‌ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମାସିକ ୨୦ ହଜାର ଟଙ୍କାରୁ ୨୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର।

୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ DMETଙ୍କୁ ଉପ ସଚିବ ଚିଠି ଲେଖିଛନ୍ତି।

ସୂଚନାଥାଉ କି, ଷ୍ଟାଇପେଣ୍ଡ୍‌ ବୃଦ୍ଧି ଦାବିରେ ହାଉସ ସର୍ଜନ ଆନ୍ଦୋଳନ ଧମକ ଦେଇଥିଲେ। ତେବେ ଷ୍ଟାଇପେଣ୍ଡ୍ ବୃଦ୍ଧି ପରେ ଆନ୍ଦୋଳନ ନିଷ୍ପତ୍ତିରୁ ସଂଘ ଓହରି ଯାଇଛି।

You might also like