କରୋନା ମୁକାବିଲା: ଗଞ୍ଜାମ ଗଲେ ୨ IAS , ୬ OAS

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ୨୪ ଘଣ୍ଟା ଭିତରେ ଗଞ୍ଜାମରେ ଆଉ ୩ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା।  ଏଥିସହ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି।

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ୨ ଜଣ IASଙ୍କୁ ସ୍ପେଶାଲ ଏଡିଏମ୍(ଇନ୍‌-ଚାର୍ଜ) ଭାବେ‌ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। କରୋନା ପରିଚାଳନା ପାଇଁ IAS ପାରୁଲ ପଟାୱାରୀ ଓ ବିଶାଲ ସିଂହ ସ୍ପେଶାଲ ଏଡିଏମ୍(ଇନ୍‌-ଚାର୍ଜ) ଭାବେ କାର୍ଯ୍ୟ କରିବେ। 

ଦୁଇ IASଙ୍କ ବ୍ୟତୀତ ୬ OASଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି। କରୋନା ପରିଚାଳନା ନେଇ ଏହି ଅଧିକାରୀମାନେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କାମ କରିବେ। ସେମାନେ ହେଲେ ସୁଧାକର ନାୟକ, ଲୋକନାଥ ଦଳବେହେରା, ପଦ୍ମନାଭ ବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଂଜନ ମହାନ୍ତ ଓ ଶୁଭେନ୍ଦ୍ର କୁମାର ସାମଲ ମଧ୍ୟ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି।

ପାରୁଲ ପଟାୱାରୀ ଛତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱରେ ରହିବେ ଓ ବିଶାଲ ସିଂ ଭଞ୍ଜନଗର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱରେ ରହିବେ। 

ଆଜି ରାଜ୍ୟରୁ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ସର୍ବାଧିକ ୨୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

ଷ୍ଟାଟସ୍‌ ନୁହେଁ ଧମକ୍‌କୁ ଦେଖି ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦେବା ଉଚିତ-ସୁପ୍ରମକୋର୍ଟ

କୋଲ୍ ସ୍କାମ୍‌ରେ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି; ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଆଖି ବୁଜିଲେ ୧୪ କରୋନା ଆକ୍ରାନ୍ତ

ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ବେଣୁଧରଙ୍କ ପାଇଁ ପ୍ରଚାର ମୈଦାନରେ ରାନୀ ପଣ୍ଡା

You might also like