ଦିନକ ପାଇଁ କୋହଳ ହେବ କର୍ଫ୍ୟୁ

ଭୁବନେଶ୍ୱର: ଜୁନ୍‌ ୧୨ତାରିଖ ଦିନ ଅର୍ଥାତ୍‌ ଶୁକ୍ରବାର ରାତ୍ରୀକାଳୀନ କର୍ଫ୍ୟୁରେ ସାମାନ୍ୟ କୋହଳ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରଜ ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ଜୁନ୍‌ ୧୨ତାରିଖ ଦିନ, ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ରୁ କର୍ଫ୍ୟୁ ଲାଗୁ ହେବ। ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(SRC)ସୂଚନା ଦେଇଛନ୍ତି।

କରୋନା ମୁକାବିଲା ଲାଗି ଏବେ ରାଜ୍ୟରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିଛି। କିନ୍ତୁ ପହିଲି ରଜ ରବିବାର ପଡ଼ୁଛି। ଶନିବାରଠାରୁ ପୁଣି ଆରମ୍ଭ ହେବ ଦୁଇଦିନିଆ ସଟ୍‌ଡାଉନ। ତେଣୁ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସଟ୍‌ଡାଉନ ପୂର୍ବ ରାତି ଅର୍ଥାତ୍‌   ଶୁକ୍ରବାର ରାତ୍ରୀକାଳୀନ କର୍ଫ୍ୟୁରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର।

You might also like