ଲୋକାୟୁକ୍ତ ନିଯୁକ୍ତି ନେଇ ହୋ ହାଲ୍ଲା: ଗୃହ ମୁଲତବୀ

ଭୁବନେଶ୍ୱର: ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ବିଧାନସଭାରେ ପ୍ରବଳ ହୋ ହାଲ୍ଲା ହୋଇଛି। ବିରୋଧୀଙ୍କ ହୋ ହଲ୍ଲା ଓ ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବୀ ହୋଇଛି। ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଭୁଲ୍ ତଥ୍ୟ ଦେଇଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ସରକାରଙ୍କୁ ଚାଲେଞ୍ଜ କରି ନରସିଂହ କହିଛନ୍ତି ‘ମୁଁ ଯଦି ଭୁଲ୍ କହୁଥିବି, ତେବେ ଗୃହରେ କ୍ଷମା ମାଗିବି ହେଲେ ଯଦି ସରକାର ମିଛ କହୁଥିବେ, ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ କି’ ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କ ଚାଲେଞ୍ଜକୁ ଗ୍ରହଣ କରିବାର ସତସାହସ ନାହିଁ ବୋଲି ନରସିଂହ କହିଛନ୍ତି।

ବିରୋଧୀଙ୍କ ହଟ୍ଟଗୋଳ ଏବଂ ପୋଡ଼ିୟମକୁ ଚଢ଼ିବାକୁ ଉଦ୍ୟମ ଯୋଗୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ପୂର୍ବରୁ ଆଜି ଅଧିବେଶନ ଆରମ୍ଭରୁ ମଧ୍ୟ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ବିଭିନ୍ନ ପ୍ରସଙ୍ଗରେ ହୋ ହାଲ୍ଲା ଓ ନାରାବାଜି କରିଥିଲେ।

ବିଧାନସଭାରେ ଆଲୋଚନା ପାଇଁ କଂଗ୍ରେସ ପକ୍ଷରୁ  ମୁଲତବି ନୋଟିସ୍ ଦିଆଯାଇଥିଲା। ଯାହାର ଶୀର୍ଷକ ଥିଲା ‘ରାଜ୍ୟ ଶାସନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ’। କିନ୍ତୁ କଂଗ୍ରେସର ଏହି ମୁଲତବି ନୋଟିସ୍‌କୁ ବାଚସ୍ପତି ଗ୍ରହଣ କରି ନ ଥିବାରୁ ବିରୋଧୀ ହୋହାଲ୍ଲା କରିଥିଲେ। ଏଥିପାଇଁ ବାଟସ୍ପତି ଗୃହକୁ ପ୍ରଥମେ ଦିନ ୧୧ଟା ୩୦ ଏବଂ ପରେ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ପରେ ସାଢ଼େ ୩ଟା ଓ ପରେ ୪ଟା ପର୍ଯ୍ୟନ୍ତ ଗୃହକ ମୁଲତବୀ ହୋଇଥିଲା।

 

You might also like