ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରୁ ବିମାନରେ ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ। ୩ଟି ଏୟାର୍ ଏସିଆ ବିମାନରେ ସେମାନଙ୍କୁ ଓଡ଼ିଶା ଆଣୁଛନ୍ତି ଓଡ଼ିଶା ସରକାର। ପ୍ରାୟ ୩୫୦ ପ୍ରବାସୀ ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ ଓ ସାମ୍ବା ଅଞ୍ଚଳରେ ଏବଂ ହିମାଚଳ ପ୍ରଦେଶର କାଙ୍ଗ୍ରା ଓ ଉନା ଜିଲ୍ଲାରେ ଫସି ରହିଥିଲେ।

ସେମାନଙ୍କୁ ଟ୍ରେନ କିମ୍ବା ସଡ଼କ ପଥରେ ଆଣିବା ସମ୍ଭବ ନହେବାରୁ ୩ଟି ବିମାନରେ ଓଡ଼ିଶା ଫେରାଇ ଅଣାଯାଉଛି। ବିମାନଗୁଡ଼ିକ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରୁଛି। ଆସନ୍ତାକାଲି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରୁ ଅନ୍ୟ ଏକ ବିମାନରେ ଓଡ଼ିଶା ଫେରିବେ ପ୍ରବାସୀ।

ସେପଟେ ଆଜି ଶ୍ରମିକ ଟ୍ରେନ୍‌ରେ ରାଉର୍‌କେଲାରେ ପହଞ୍ଚିଛନ୍ତି ପ୍ରବାସୀ ଶ୍ରମିକ। ହଜାରେରୁ ଅଧିକ ପ୍ରବାସୀଙ୍କୁ ଧରି ରାୟଗଡ଼ାରେ ପହଞ୍ଚିଛି ଶ୍ରମିକ ସ୍ପେଶାଲ ଟ୍ରେନ୍। କେରଳ ଆଲେପ୍ପିରୁ ଆସିଥିବା ଏହି ଟ୍ରେନ୍‌ରେ ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାର ୧ ହଜାର ୭୨ ଜଣ ପ୍ରବାସୀ ଫେରିଛନ୍ତି।

You might also like