ଜୀବନ ଜୀବିକା ସନ୍ଧାନରେ ଶ୍ରମିକ; ଭିଟାମାଟି ଛାଡିଲେ ହଜାର ହଜାର ଓଡ଼ିଆ

ବ୍ରହ୍ମପୁର: କରୋନା ଭୂତାଣୁ ଭୟ ମଧ୍ୟରେ ପୁଣି ଥରେ ଜୀବନ ଜୀବିକା ପାଇଁ ଅଣ୍ଟା ଭିଡିଛନ୍ତି ଶ୍ରମିକ। ଭିଟାମାଟି ଛାଡୁଛନ୍ତି ହଜାର ହଜାର ଓଡ଼ିଆ ଶ୍ରମିକ।

ଜୀବିକା ସନ୍ଧାନରେ କର୍ମଭୂମି ଗୁଜରାଟର ସୁରତକୁ ସବୁଠୁ ଅଧିକ ଶ୍ରମିକ ଗଞ୍ଜାମ ଜିଲ୍ଲାରୁ ଯାଉଛନ୍ତି। ଅନ୍ୟ ଜିଲ୍ଲାରୁ ମଧ୍ୟ ଶହ ଶହ ଶ୍ରମିକ ସୁରତକୁ ଫେରିଯାଉଛନ୍ତି। ରାଜ୍ୟ ସରକାର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟରେ କାମ ମିଳିବ, ରୋଜଗାରର ଅବସର ସୃଷ୍ଟି ହେବ। ହେଲେ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି।

ଷ୍ଟେସନ ଆଗରେ ସାମାଜିକ ଦୂରତା ରକ୍ଷା କରି ଲମ୍ବା ଲମ୍ବା ଲାଇନରେ ଛିଡ଼ା ହୋଇ ପ୍ଲାଟଫର୍ମକୁ ଯାଉଛନ୍ତି ଶ୍ରମିକ। ଵସ୍ ଯୋଗେ ଶ୍ରମିକମାନେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚାଲୁଛି।

ଗତକାଲି ଗୋଟିଏ ଟ୍ରେନ୍ ଖୋର୍ଦ୍ଧା ରୋଡ଼ରୁ ଗୁଜରାଟ୍ ଅଭିମୁଖେ ବାହାରିଥିବା ବେଳେ ଆଜି ସକାଳ ୧୦ଟା ୪୦ ମିନିଟରେ ପୁରୀ-ଓଖା ଏକ୍ସପ୍ରେସ୍ ଖୋର୍ଦ୍ଧାରୁ ଛାଡ଼ିଛି। ବ୍ରହ୍ମପୁରରେ ଏହା ୧୨ଟା ୪୦ରେ ପହଞ୍ଚି ଥିବା ସୂଚନା ମିଳିଛି। ଏହାପରେ ଶ୍ରୀକାକୁଲମ୍, ବିଜୟାନଗରମ୍ ହୋଇ ଓଖାରେ ପହଞ୍ଚିବ। ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର ଷ୍ଟେସନରୁ ଶ୍ରମିକ ଏହି ଟ୍ରେନ୍ରେ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏହାଛଡ଼ା ଖୋର୍ଦ୍ଧା ରୋଡ୍-ଗାନ୍ଧି ଧାମ୍ ଟ୍ରେନ୍ ଖୋର୍ଦ୍ଧା ରୋଡ଼ରୁ ଆସନ୍ତା ୧୬ ତାରିଖରେ ଦିନ ୧୧ଟା ୪୦ରେ ଛାଡ଼ିବ। ବ୍ରହ୍ମପୁର, ରାୟଗଡ଼ା, ଟିଟିଲାଗଡ଼ ଦେଇ ଏହି ଟ୍ରେନ ଗୁଜରାଟ ଯିିବ।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like