ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

ନୂଆଦିଲ୍ଲୀ/ଭୁବନେଶ୍ୱର: ବିବିସିର ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ । ଏହି ତାଲିକାରେ ଭାରତର ୭ ଜଣ ମହିଳାଙ୍କ ନାଁ ରହିଛି, ଯେଉଁଥିରେ ଓଡ଼ିଆ ଝିଅ ସୁସ୍ମିତା ମହାନ୍ତି ଅଛନ୍ତି। କଟକରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନ୍ତିଙ୍କ ଏହି ସଫଳତା ଖାଲି କଟକ ଜିଲ୍ଲା ପାଇଁ ନୁହେଁ ବରଂ ସାରା ଓଡ଼ିଶା ଓ ଭାରତ ଏଥିପାଇଁ ଗର୍ବିତ।

ପୂର୍ବତନ ଇସ୍ରୋ ବୈଜ୍ଞାନିକ ନୀଳମଣି ମହାନ୍ତିଙ୍କ ଝିଅ ସୁସ୍ମିତା ମହାନ୍ତି ତାଙ୍କର କ୍ୟାରିୟର ବହୁତ କମ୍‌ ବୟସରୁ ଆରମ୍ଭ କରିଥିଲେ। ସେ ହେଉଛନ୍ତି ଜଣେ ମହାକାଶ ଉଦ୍ୟୋଗୀ (space entrepreneur), ଯିଏକି ଭାରତରେ ପ୍ରଥମ ପ୍ରାଇଭେଟ୍‌ ମହାକାଶ ଷ୍ଟାର୍ଟ-ଅପ୍‌ ଆରମ୍ଭ କରିଥିଲେ। ୨୦୦୮ ମସିହାରେ ସେ ତାଙ୍କର ଷ୍ଟାର୍ଟ ଅପ୍‌ Earth2Orbit ପ୍ରତିଷ୍ଠା କରିଥିଲେ। ଏହା ମହାକାଶର ପାଣିପାଗ ପରିବର୍ତ୍ତନ ଉପରେ ମନିଂଟରିଂ ଦିଗରେ କାର୍ଯ୍ୟ କରିଥାଏ।

ସୁସ୍ମିତା ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସ୍କୁଲ୍‌’ କାର୍ଯ୍ୟକ୍ରମର ଚେୟାର୍‌ପର୍ସନ ଭାବେ ନିଯୁକ୍ତ କରିଛନ୍ତି।

ଶ୍ରୀ ମହାନ୍ତି ତାଙ୍କର ଟ୍ରେନିଂ ଭାରତର ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ୍‌ରେ କରିଥିଲେ।ସେ ବୋଇଂ, ନାସା(ଆମେରିକା ମହାକାଶ ଗବେଷଣା ସଂସ୍ଥା) ଆଦିରେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି, ଇସ୍ରୋ ଭଳି ଅନେକ ମହାକାଶ ଗବେଷଣା ସଂସ୍ଥାରେ ସେ ପରାମର୍ଶଦାତା ଭାବେ କାର୍ଯ୍ୟ କରିସାରିଛନ୍ତି।

ସବୁଠାରୁ ଗର୍ବର କଥା, ଶ୍ରୀ ମହାନ୍ତି International Academy of Astronautics ଓ  The American Institute of Aeronautics and Astronauticsର ସଦସ୍ୟ ମଧ୍ୟ। ଅର୍ବିଟାଲ୍‌ ଉଦ୍ୟୋଗ ମାଧ୍ୟମରେ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହନ କରିବା ଦିଗରେ ୨୦୦୫ରେ ତାଙ୍କୁ ସମ୍ମାନିତ କରାଯାଇଥିଲା।

ଭାରତ, ଫ୍ରାନ୍ସ ଓ ସ୍ୱିଡେନ୍‌ ଭଳି ଦେଶରେ ଶିକ୍ଷା ଲାଭ କରିଥିବା ସୁସ୍ମିତା ବହୁ ଡିଗ୍ରୀର ଅଧିକାରୀ। ସେ ଗୁଜରାଟ ୟୁନିଭର୍ସିଟିରୁ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂରେ ସ୍ନାତକ ଓ ଅହମଦାବାଦ ସ୍ଥିତ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ୍‌ରୁ ଇଣ୍ଡଷ୍ଟ୍ରିଆଲ୍‌ ଡିଜାଇନ୍‌ରେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଛନ୍ତି।

ଫ୍ରାନ୍ସ ଷ୍ଟ୍ରାସ୍‌ବର୍ଗ ସ୍ଥିତ ଇଣ୍ଟରନ୍ୟାସନାଲ୍‌ ସ୍ପେସ୍‌ ୟୁନିଭର୍ସିଟିରୁ ସ୍ପେସ୍‌ ଷ୍ଟଡିଜ୍‌ରେ ମଧ୍ୟ ସେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଛନ୍ତି। ସ୍ୱିଡେନ୍‌ର ଚାଲ୍‌ମର୍ସ ୟୁନିଭର୍ସିଟି ଟେକ୍ନୋଲୋଜିରୁ ଏରୋସ୍ପେସ୍‌ ଆର୍କିଟେକ୍‌ଚର୍‌ରେ ପିଏଚ୍‌ଡି ହାସଲ କରିଛନ୍ତି ସୁସ୍ମିତା।

ସେ ହେଉଛନ୍ତି ବିଶ୍ୱର ପ୍ରଥମ ଉଦ୍ୟୋଗୀ, ଯିଏକି ୩ଟି ଭିନ୍ନ ଭିନ୍ନ ମହାଦ୍ୱୀପରେ ତାଙ୍କର କମ୍ପାନୀ ଆରମ୍ଭ କରିଛନ୍ତି। ୨୦୧୭ରେ Fortune Magazineରେ ସେ ସ୍ଥାନିତ ହୋଇଥିଲେ।

ଆହୁରି ପଢ଼ନ୍ତୁ

ଭୁଲ୍‌ କେଉଁଠି ରହିଲା ଜାଣି ପାରିଲେନି ପ୍ରେମିକ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ବିକିଲେ ୪.୪୮ କୋଟି ଟଙ୍କାରେ

ଓଡ଼ିଶାର ଏହି ସ୍ଥାନରେ ପ୍ରତିବର୍ଷ ଭିକ୍ଷୁକ ମେଳା ଆୟୋଜିତ ହୁଏ !

କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ଅଭିଯୁକ୍ତ ମହିଳା

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

You might also like