ଆଜି ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ ଆପ୍‌ରେ ରିଲିଜ୍‌ ହେବ ‘ପାପ’

ଭୁବନେଶ୍ୱର: ପାପୀକୁ ଦଣ୍ଡ ଦେବା କ’ଣ ପାପ ? ନା…..। ବିଲ୍‌କୁଲ୍‌ ନୁହେଁ।  ପାପୀକୁ ଦଣ୍ଡ ଦେବା କୌଣସି ପୁଣ୍ୟ ଠାରୁ କମ୍ ନୁହେଁ। ସଂସାରରେ ପାପର ଭାର ବଢ଼ିଗଲେ ପାପୀକୁ ସଂହାର କରିବା ପାଇଁ ମା’ ଦଶଭୂଜା ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି।  ସେଇଥି  ପାଇଁ ତ  ନିଜ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବା ପାଇଁ ସରଳ ଝିଅଟି ପାଲଟି ଯାଇଛି ଶକ୍ତିମୟୀ ଦୁର୍ଗା। ପାପୀଙ୍କୁ ଦେଇଛି ସଜ୍ଜା…ଏମିତି କିଛି ଆକ୍ସନ ଥ୍ରୀଲରରେ ଭରପୁର କଥା ବସ୍ତୁ ନେଇ ଆସୁଛି ତରଙ୍ଗ ସିନେ ପ୍ରଡ଼କ୍ସନର ଆଗାମୀ ଫିଚର୍‌ ଫିଲ୍ମ ’ପାପ‘। ଉତ୍ତମ ସଂଳାପ ଓ ରୋମାଞ୍ଚରେ ଭରପୁର ଏଇ ସିନେମା ‘ପାପ’ର କାହାଣୀ ଅନ୍ୟ ସିନେମା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଉଚ୍ଚକୋଟୀର।

ଏକାସଙ୍ଗେ ଓଡ଼ିଶାର ନମ୍ବର ୧ ମନୋରଞ୍ଜନ ଧର୍ମୀ ଟିଭି ଚ୍ୟାନେଲ୍‌ ତରଙ୍ଗ ଏବଂ ଓଡ଼ିଶାର ପ୍ରଥମ OTT Platform Tarang Plus App ରେ ଆଜି ସନ୍ଧ୍ୟା ୬ଟା ୩୦ରେ ଫିଚର୍‌ ଫିଲ୍ମ ’ପାପ‘ ରିଲିଜ୍ ‌ହେବ।

ସିନେମାରେ ମୁଖ୍ୟ ଚରିତ୍ର  ଦେବୀ। ଓଡ଼ିଶୀ ଡାନ୍ସରେ ରୁଚି ରଖୁଥିବା ଦେବୀ ନିଜର ଛୋଟ ଛୋଟ ଆଶା ନେଇ ଖୁବ୍ ଖୁସିରେ ଥାଏ। ହେଲେ ତା’ ଖୁସିରେ କାହାର ନଜର ଲାଗିଯାଏ । ଦଶହରାରେ ଦେବୀପୂଜା ପାଇଁ ସମସ୍ତେ ଆନନ୍ଦ ଉତ୍ସାହରେ ବ୍ୟସ୍ତଥିବା ବେଳେ ଦେବୀ କିଛି ଖଳ ପ୍ରକୃତିର ଲୋକଙ୍କ ହାବୁଡ଼ରେ ପଡ଼ିଯାଏ।

ଆଉ ତା’ ପର ଠାରୁ ଦେବୀ ଜୀବନର ମୋଡ଼ ବଦଳିଯାଏ । ମୁହୂର୍ତ୍ତକ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଯାଏ । ଶେଷରେ ନିଜ ଯନ୍ତ୍ରଣାକୁ ଶକ୍ତିରେ ପରିଣତ କରି ପାପିମାନଙ୍କୁ ଶାସ୍ତି ଦେବାକୁ ଆଗେଇ ଆସେ।  ପାପପୁଣ୍ୟର ବିଚାର ନକରି ପାପୀମାନଙ୍କ ବିରୁଦ୍ଧରେ ଏକ ଶାନ୍ତ, ସରଳ ଝିଅର ସଂଗ୍ରାମ ଓ ଶାସ୍ତି ପ୍ରଦାନ ହିଁ ’ପାପ’ ସିନେମାର କଥାବସ୍ତୁ ।

 

 

ନାରୀକୈନ୍ଦ୍ରିକ ସିନେମା ‘ପାପ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଚୁଲବୁଲି ଅଭିନେତ୍ରୀ ଏଲିନା ସାମନ୍ତରାୟ । ଏଲିନାଙ୍କ ବ୍ୟତୀତ ଅନ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଅଙ୍କିତ, ଅଶ୍ରୁମୋଚନ, ପିଆଲି, ଅଭିଷେକ, ପିଙ୍କି ପ୍ରଧାନ ଓ କୁନାଲ । ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ମ୍ୟୁଜିକ ଦେଇଛନ୍ତି । ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ଫିଲ୍ମଟି ତିଆରି ହୋଇଛି ।

ତରଙ୍ଗ ସିନେ ପ୍ରଡକ୍ସନ୍ସ ଓ KD ଏଣ୍ଟରଟେନମେଣ୍ଟର ମିଳିତ ପ୍ରଯୋଜନାରେ ନିର୍ମିତ ଏହି ସିନେମାରେ ହ୍ୟୁମାନ ସାଗର ଏବଂ ଦୀପ୍ତି ରେଖା ଗୀତ ଗାଇଛନ୍ତି। ଲିରିକ୍ସ ଦାୟିତ୍ୱରେ ସରୋଜ ପଟ୍ଟନାୟକ ଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ କବିର ଦାସ ଅଛନ୍ତି।

You might also like