ବିବାହ ଭୋଜିରେ ଛେପ ଲଗା ରୁଟି ଦେଇ ଗିରଫ ହୋଇଥିଲେ, ଏବେ ଲାଗିଲା NSA

ମିରଟ: ବିବାହ ଭୋଜିରେ ଛେପ ଲଗାଇ ତନ୍ଦୁର ରୁଟି ତିଆରି କରି କ୍ୟାମେରା ସାମ୍ନାରେ ଧରା ପଡ଼ିଥିବା ଜଣ ଯୁବକଙ୍କ ବିରୋଧରେ ନାଶନାଲ ସିକ୍ୟୁରିଟି ଆକ୍ଟ (ଏନଏସ୍‌ଏ)ରେ ମାମଲା ରୁଜୁ କରାଯାଇଛି। ଉତ୍ତର ପ୍ରଦେଶର ମିରଟରେ ଘଟିଥିବା ଏହି ଘଟଣାର ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତାଙ୍କ ଗତ ଫେବ୍ରୁଆରୀରେ ଗିରଫ କରାଯାଇଥିଲା।

ଗିରଫ ଯୁବକଙ୍କ ନାମ ସୋହିଲ। ନିକଟରେ ତାଙ୍କ ପରିବାର ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ଜାମିନି ପାଇଁ ଆବେଦନ କରିଥିଲେ। ହେଲେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବିରୋଧରେ NSA ଲାଗୁ କରାଯାଇଛି। ଫଳରେ ସୋହିଲଙ୍କ ବେଲରେ ଯିବା ପାଇଁ ରାସ୍ତା ବନ୍ଦ ହୋଇଯାଇଛି।

ତେବେ ସୋହିଲଙ୍କ ପ୍ରତି ଆକ୍ରମଣର ଆଶଙ୍କା ରହିଥିବାରୁ ପ୍ରଶାସନ ତାଙ୍କୁ ବେଲରେ ଛାଡ଼ିବାକୁ ଚାହୁଁ ନାହିଁ। ନିକଟରେ ସୋହିଲଙ୍କ ଏକ ଶୁଣାଣି ଥିବାରୁ ତାଙ୍କ କୋର୍ଟକୁ ନିଆଯାଇଥିଲା। ସେଠାରେ ତାଙ୍କ ପ୍ରତି ଆକ୍ରମଣ କରାଯାଇଥିଲା। ଯଦି ତାଙ୍କୁ ଜାମିନିରେ ଛାଡ଼ି ଦିଆଯିବ, କାଳେ ପୁଣି ସେହିପରି ଆକ୍ରମଣର ଶିକାର ସୋହିଲ ହେବେ ସେହି ଆଶଙ୍କାରେ ପ୍ରଶାସନ ତାଙ୍କ ବିରୋଧରେ NSA ଲାଗୁ କରିଛି।

ଏଠି କହିରଖିବୁ, ୨୦୦୧ରେ ଏହି ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓରେ ଦେଖିବାକୁ ମିଳିଥିଲା, ସୋହିଲ ପ୍ରଥମେ ରୁଟିକୁ ହାତରେ ଗୋଲ କରୁଛନ୍ତି। ଏହା ପରେ ଏଥିରେ ଛେପ ପକାଇ ନିଆଁରେ ସେକୁଛନ୍ତି। ନିଆଁରୁ ରୁଟି ବାହାର କରିବା ପରେ ବିବାହ ଭୋଜି ଖାଇବାକୁ ଆସିଥିବା ଲୋକଙ୍କୁ ପରସୁଛନ୍ତି।

ଭିଡିଓ ଭାଇରାଲ ହେବା ପରେ ସୋହିଲଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ନେବା ପାଇଁ ଦୃଢ ଦାବି ହୋଇଥିଲା। ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଏଲଏଲଆରଏମ ପୋଲିସ ଷ୍ଟେସନରେ ସୋହିଲ ବିରୋଧରେ ଏଫଆଇଆର ଦିଆଯାଇଥିଲା। ଏହାପରେ ପୋଲିସ ସୋହିଲଙ୍କୁ ଗିରଫ କରିଥିଲା।

You might also like