ଗାଁରେ କୋଠା ଘର ପାଇଁ ଏଣିକି ନେବାକୁ ପଡ଼ିବ ଅନୁମତି

ଭୁବନେଶ୍ୱର : ଏଣିକି ସହର ପରି ଗାଁରେ ମନଇଚ୍ଛା ଘର କରି ହେବନାହିଁ। ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ  ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଜି+୨ ବା ତିନି ମହଲାର ଘର କରିବା ପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ। ୫୦୦ ବର୍ଗ ମିଟର ଅଞ୍ଚଳର ଘର କରୁଥିଲେ ଅନୁମତି ନେବାକୁ ପଡ଼ିବ। ଏଥିପାଇଁ ଉପଯୁକ୍ତ ପ୍ଲାନିଂ ସହ ପଞ୍ଚାୟତ ସମିତି ପାଖରେ ଆବେଦନ କରିବାକୁ ପଡ଼ିବ। ଏହାର ଆପ୍ରୁଭାଲ୍ ପାଇଁ ପଞ୍ଚାୟତ ପକ୍ଷରୁ ଜିଲ୍ଲା ପ୍ଲାନିଂ ୟୁନିଟକୁ ପଠାଯିବ। ଜିଲ୍ଲା ପ୍ଲାନିଂ ୟୁନିଟ ଅନୁମୋଦନ କଲେ ଘର ନିର୍ମାଣ କରାଯାଇପାରିବ।”

ମନ୍ତ୍ରୀ ଆହୁରି କହିଛନ୍ତି, ‘ଗାଁଗୁଡ଼ିକ  ଯେଉଁ ଘର କରାଯାଉଛି, ସେଥିରେ ଡ୍ରେନେଜ ଓ ସ୍ୱେରେଜ ପ୍ଲାନିଂ କରାଯାଉ ନାହିଁ। ସେଥିପାଇଁ ଏହି ନିୟମ ଲାଗୁ କରାଯାଇଛି। ଯଦି କେହି ଲୋକ ସରକାରୀ ନିୟମ ମୁତାବକ ଘର ନ କରନ୍ତି, କାର୍ଯ୍ୟାନୁଷ୍ଠାନ ନିଆଯିବ।”

ଗେଜେଟ୍ ନୋଟିଫିକେସନ ପ୍ରସ୍ତୁତ ପରେ ନିର୍ମାଣାଧୀନ ଥିବା ଘରଗୁଡ଼ିକ କ୍ଷେତ୍ରରେ କଂପାଉଣ୍ଡିଂ ଫି ଲାଗୁ ହେବ। କଂପାଉଣ୍ଡିଂ ଫି ଦାଖଲ କରି ଆପ୍ରୁଭାଲ୍ କରି ହେବ ବୋଲି  ନଗର ଉନ୍ନୟନ ମନ୍ତ୍ରୀସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଓଡ଼ିଶା ପୋଲିସ୍ ଡିଜିଙ୍କୁ ଜାତୀୟ ST କମିଶନଙ୍କ ଚିଠି

କରୋନାରୁ ସୁସ୍ଥ ହେଲେ ୧୭୮୫ ଆକ୍ରାନ୍ତ

କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ପୋଲିସ୍ ଡିଜି

କୁଷ୍ଠରୋଗୀ କହି ବାସନ୍ଦ କରିଦେଲେ, ପାଇପ୍ ଭିତରେ ବିତୁଛି ଜୀବନ

ଭାଇରାଲ୍ ଅଡ଼ିଓ ପ୍ରସଙ୍ଗ: ଲକ୍ଷ୍ମୀକାନ୍ତଙ୍କୁ ପୋଲିସ ଉଠାଇ ନେବା ପରେ ଚିନ୍ତାରେ ବାପା ଶଯ୍ୟାଶାୟୀ

ଅଡିଓ ଭାଇରାଲ ପ୍ରସଙ୍ଗ: ଗିରଫ ଲକ୍ଷ୍ମୀକାନ୍ତଙ୍କୁ ଭେଟିଲା କଂଗ୍ରେସ

ଲୋକଙ୍କ ପ୍ରଶ୍ନର ଉତ୍ତର ରଖିବାକୁ କାହିଁକି ଡରୁଛନ୍ତି ରାଜ୍ୟ ସରକାର?

ଭୁବନେଶ୍ୱରରୁ ଆଉ ୧୦୯ କରୋନା ପଜିଟିଭ୍ ଚିହ୍ନଟ

ଆଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ଦେଲା ଓଟିଭି

କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ

ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସମ୍ୱଲପୁରରେ ହେବନି ସଟ୍‌ଡାଉନ୍

You might also like