ନିଜ ସ୍କୁଲରେ ପିଲାଙ୍କୁ ମିଳିବ ଜାତି ପ୍ରମାଣ ପତ୍ର

ଭୁବନେଶ୍ୱର: ଏଣିକି ନିଜ ନିଜ ସ୍କୁଲରେ ପିଲାଙ୍କୁ ମିଳିବ ଜାତି ପ୍ରମାଣ ପତ୍ର। ଜାତି ପ୍ରମାଣପତ୍ର ସହ ଆୟ ଓ ଆବାସିକ ପ୍ରମାଣପତ୍ର ମଧ୍ୟ ମିଳିବ। ଦଶମ ଶ୍ରେଣୀ ପିଲାଙ୍କ ଲାଗି ସ୍କୁଲରେ ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ରାଜସ୍ୱ ନିରୀକ୍ଷକମାନେ ସ୍କୁଲରେ କ୍ୟାମ୍ପ କରି ସାର୍ଟିଫିକେଟ ଦେବେ। ସାର୍ଟିଫିକେଟ ବଣ୍ଟା ବେଳେ ପ୍ରଧାନ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକ ଉପସ୍ଥିତ ରହିବେ। ଖରାଛୁଟି ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ଏହି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି।

You might also like