୨୦୨୧ ମସିହାକୁ ନେଇ ଭବିଷ୍ୟବାଣୀ; ଆସିବ କି ଆଉ କିଛି ବିପତ୍ତି ?

ଫ୍ରାନ୍ସରେ ଜନ୍ମିତ ମାଇକଲ୍‌ ଦି ନୋଷ୍ଟ୍ରାଡାମସ୍‌ଙ୍କ ୪୬୫ ବର୍ଷ ପୁରୁଣା ଭବିଷ୍ୟବାଣୀ ଆଜିବି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ନୋଷ୍ଟ୍ରାଡାମସ୍ ‘ଲେସ୍‌ ପ୍ରୋଫେଟିସ୍‌’ ନାମକ ଏକ ପୁସ୍ତକରେ ବିଶ୍ୱ ବିଷୟରେ ଅନେକ ଭବିଷ୍ୟବାଣୀ କରିଥିଲେ। ଏହି ପୁସ୍ତକର ପ୍ରଥମ ସଂସ୍କରଣ ୧୫୫୫ରେ ଆସିଥିଲା। ​ଏହି ପୁସ୍ତକରେ ସମୁଦାୟ ୬୩୩୮ ଭବିଷ୍ୟବାଣୀ ରହିଛି। ଯେଉଁଥିରୁ ୭୦% ସତ ପ୍ରମାଣିତ ହୋଇଛି। ତାଙ୍କର ଭବିଷ୍ୟବାଣୀ ଗୁଡ଼ିକ ପଦରେ ବ୍ୟାଖ୍ୟା କରାଯାଇଛି।

ସତ ହୋଇଥିଲା ୨୦୨୦ର ଭବିଷ୍ୟବାଣୀ: ୨୦୨୦ରେ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ମହାମାରୀ କରୋନାକୁ ନେଇ  ମଧ୍ୟ  ନୋଷ୍ଟ୍ରାଡାମସ୍‌ଙ୍କ ଭବିଷ୍ୟବାଣୀ କରିଥିଲେ । ଏହାଛଡ଼ା ଅନେକ ଐତିହାସିକ ଘଟଣାକୁ ନେଇ ସେ କରିଥିବା ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ନୋଷ୍ଟ୍ରାଡାମସ୍ ୨୦୨୧କୁ ନେଇ ବି ଭବିଷ୍ୟବାଣୀ କରିଛନ୍ତି।

ଜାଣନ୍ତୁ ୨୦୨୧କୁ ନେଇ ନୋଷ୍ଟ୍ରାଡାମସ୍ କ’ଣ ଭବିଷ୍ୟବାଣୀ କରିଥିଲେ…

ନୋଷ୍ଟ୍ରାଡାମସ୍‌ଙ୍କ ଭବିଷ୍ୟବାଣୀ ଅନୁସାରେ, ଋଷିଆର ଜଣେ ବୈଜ୍ଞାନିକ ଏମିତି ଏକ ଜୈବିକ ହତିଆର(ବାୟୋଲୋଜିକାଲ୍‌ ୱିପେନ୍‌) ଓ ଭାଇରସ୍‌ ବିକଶିତ କରିବେ, ଯାହା ମନୁଷ୍ୟ ଶରୀରକୁ ଭୟାନକ କରିଦେବ। ଏଭଳି ଧୀରେ ଧୀରେ ମନୁଷ୍ୟ ଜାତିର ସର୍ବନାଶ କରିଦେବ ଏହି ଭାଇରସ।

ଦୁନିଆର ଅନ୍ତ ଘଟିବା ପୂର୍ବରୁ ଅକାଳ, ଭୂକମ୍ପ, ବିଭିନ୍ନ ରୋଗ ଓ ମହାମାରୀର ସଙ୍କେତ ଦେଖାଦେବ। ୨୦୨୦ରେ କାୟା ବିସ୍ତାର କରିଥିବା ମହାମାରୀ କରୋନା ଏହାର ଆରମ୍ଭ ବୋଲି କୁହାଯାଉଛି, ଯାହାକି ପୂରା ଦୁନିଆର ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି।

ଯଦି ଏହି ଭବିଷ୍ୟବାଣୀ ସତ ହୁଏ ତେବେ ୨୦୨୧ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଏହି ସମୟରେ ସୂର୍ଯ୍ୟଙ୍କ ପାଇଁ  ପୃଥିବୀ ଧ୍ୱଂସ ଆଡକୁ ଗତି କରିବ। ନୋଷ୍ଟ୍ରାଡାମସ୍ ଭବିଷ୍ୟବାଣୀ କରି କହିଥିଲେ, ସମୁଦ୍ର ପତ୍ତନ ବୃଦ୍ଧି ପାଇବ। ଫଳରେ ଜଳବାୟୁ ପରିବର୍ତ୍ତନ ହେବ।  ଏହା ଯୋଗୁ  ପୃଥିବୀରେ ଏକପ୍ରକାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ। ବଞ୍ଚିବା ପାଇଁ ସମ୍ବଳର ଘୋର ଅଭାବ ଦେଖାଦବେ ଏବଂ ଏଥିପାଇଁ ଲୋକମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେବ । ଲୋକମାନେ ଗୋଟିଏ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ପଳାଇବେ।

ପୃଥିବୀ ସହ ଏକ ଆଷ୍ଟ୍ରଏଡ୍‌ ଧକ୍କା ହେବ ବୋଲି ନୋଷ୍ଟ୍ରାଡାମସ୍ ଭବିଷ୍ୟବାଣୀ କରିଛନ୍ତି। ଯାହା ଭୂକମ୍ପ ଏବଂ ଅନେକ ପ୍ରାକୃତିକ ବିପର୍ଯ୍ୟୟର କାରଣ ହେବ। ପୃଥିବୀର କକ୍ଷପଥରେ ଏହି ଧୂମକେତୁ ପ୍ରବେଶ କରିବା ପରେ ଏହା ତରଳିବା ଆରମ୍ଭ କରିବ। ଆକାଶରେ ଏହି ଦୃଶ୍ୟ ‘ଗ୍ରେଟ୍‌ ଫାୟାର’ ଭଳି ଦେଖାଯିବ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ ନାସା ବୈଜ୍ଞାନିକ ପୃଥିବୀ ସହ ଏକ ବଡ଼ ଆଷ୍ଟ୍ରଏଡ୍‌ ଧକ୍କା ହେବାର ସମ୍ଭାବନା ଥିବା କଥା କହିଥିଲେ। 2009 KF1 ଏହି ଆଷ୍ଟ୍ରଏଡ୍‌ ୨୦୨୧ ମେ’୬ରେ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ରହିଛି। ୧୯୪୫ରେ ଆମେରିକା ହିରୋସିମା ଉପରେ ପକାଇଥିବା ପରମାଣୁ ବୋମା ଠାରୁ ଏହି ଆଷ୍ଟ୍ରଏଡ୍‌ର ଶକ୍ତି ୧୫ ଗୁଣ ଅଧିକ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ନୋଷ୍ଟ୍ରାଡାମସ୍‌ଙ୍କ ଭବିଷ୍ୟବାଣୀ ଅନୁସାରେ, ଏକ ପ୍ରଳୟକାରୀ ଭୂକମ୍ପ ‘ନିୟୁ ୱାର୍ଲଡ୍‌’କୁ ଧ୍ୱଂସ କରିଦେବ। କାଲିଫର୍ନିଆରେ ଏହି ଘଟଣା ଘଟିପାରେ।

ମାନବଜାତିକୁ ବଞ୍ଚାଇବା ପାଇଁ ଆମେରିକୀୟ ସେନା ସେମାନଙ୍କ ମାନସିକତାକୁ ସାଇବଗର୍ସରେ ପରିଣତ କରାଇବେ। ଏଥିପାଇଁ ସେମାନଙ୍କୁ ବ୍ରେନ୍‌ ଚିପ୍ ବ୍ୟବହାର କରିବାକୁ ପଡ଼ିବ। ଏହି ଚିପ୍ ମନୁଷ୍ୟ ମସ୍ତିଷ୍କର ବାୟୋଲୋଜିକାଲ୍‌ ଇଣ୍ଟେଲିଜେନ୍ସି ବୃଦ୍ଧି କରିବାରେ ସହାୟକ ହେବ। ଏହାର ଅର୍ଥ ମଣିଷକୁ ତା’ ଶରୀର ଏବଂ ବୁଦ୍ଧିରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସିକୁ ସାମିଲ କରିବାକୁ ପଡ଼ିବ।

You might also like