ରାସ୍ତାରେ ଆଉ ରହିବ ନାହିଁ ଟୋଲଗେଟ୍
ଖୁବଶୀଘ୍ର ଦେଶରଉ ଉଠିଯିବ ଟୋଲଗେଟ୍।
ଖୁବଶୀଘ୍ର ଦେଶରଉ ଉଠିଯିବ ଟୋଲଗେଟ୍। ଆଉ ରାସ୍ତାରେ ଯିବା ବେଳେ ଆଉ ଗାଡି ଚାଳକଙ୍କୁ ଲଗାଇବା ଲାଗି ପଡିବ ନାହିଁ ଲମ୍ବା ଲାଇନ କି ବାରମ୍ବାର ଦେବାକୁ ପଡିବ ନାହିଁ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତିନ ଗଡକରୀ। ମିଳିଥିବା ସୂଚନା ଅନୁସାରେ, ରାସ୍ତାରେ ଯାନ ବାହନ ଗୁଡିକର ଚଳାଚଳରେ ବାଧା ନ ପହଞ୍ଚାଇ ଟୋଲ ସଂଗ୍ରହ ଲାଗି ଜିପିଏସ ଆଧାରିତ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବା ବୋଲି ଗଡକରୀ କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି କି ଭାରତର ସମସ୍ତ ରାଜପଥକୁ ଟୋଲ ବୁଥ୍ ରୁ ମୁକ୍ତ କରାଯିବ । କେବଳ ଏତିକି ନୁହେଁ ବରଂ ଗାଡିର ଗତିବିଧି ଉପରେ ନଜର ରଖି ଗାଡି ମାଲିକଙ୍କ ଆକାଉଣ୍ଟରୁ କିଭଳି ସିଧାସଳଖ ଟୋଲ ଦେୟ ଆଦାୟ କରାଯାଇପାରିବ ସେ ଉପରେ ବି ଧ୍ୟାନ ଦିଆଯାଉଥିବା ନେଇ ସୂଚନା ରହିଛି।
ଅନଲାଇନରେ ଆଦାୟ ହେବ ଟୋଲ ଗେଟ୍ ଟଙ୍କା
ଗଡକରୀ କହିଛନ୍ତି ଯେ, ସମସ୍ତ ବାଣିଜ୍ୟିକ ଯାନରେ ଏବେ ଜିପିଏସ ଟ୍ରାକିଂ ସିଷ୍ଟମ ରହୁଛି । ତେଣୁ ଏହାର ଗତିବିଧି ଉପରେ ନଜର ରଖିବାରେ କୌଣସି ଅସୁବିଧା ହେବ ନାହିଁ । ଅନ୍ୟପଟେ ପୁରୁଣା ଗାଡି ମାନଙ୍କରେ ଟ୍ରାକିଂ ସିଷ୍ଟମ ନଥିବାରୁ ସେଗୁଡିକରେ କିଭଳି ଜିପିଏସ୍ ଟେକ୍ନୋଲୋଜି ସ୍ଥାପନ କରାଯାଇ ପାରିବ ତାହା ଉପରେ ବି ସରକାର ଏକ ଯୋଜନା ପ୍ରସ୍ତୁତ କରୁଥିବା ନେଇ ଗଡକରୀ ସୂଚନା ଦେଇଛନ୍ତି । ଏକ କାର୍ଯ୍ୟକ୍ରରେ ଶ୍ରୀ ଗଡକରୀ ଆହୁରି କହିଛନ୍ତି ଯେ, ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ ଟୋଲ ସଂଗ୍ରହ ୩୪ ହଜାର କୋଟିରେ ପହଂଚିବ ।
ଅନଲାଇନ କାରବାର ବୃଦ୍ଧି ପାଇଁ କେନ୍ଦ୍ରର ଯୋଜନା
କିନ୍ତୁ ଆମେ ଯଦି ଜିପିଏସ ଦ୍ୱାରା ଟ୍ରାକିଂ କରି ଟଙ୍କା ଆଦାୟ କରିବା ତେବେ ଏହାର ପରିମାଣ ଅନେକ ଗୁଣିରେ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ଏହାସହ ଆସନ୍ତା ୫ ବର୍ଷ ମଧ୍ୟରେ ଟୋଲ ସଂଗ୍ରହ ୧ ଲକ୍ଷ ୩୪ ହଜାର କୋଟିରେ ପହଞ୍ଚିବ ବୋଲି ସେ ଅନୁମାନ କରିଛନ୍ତି । ଏବେ ଦେଶର ଅନେକ ଟୋଲ ଗେଟରେ ଫାଷ୍ଟାଗ ସିଷ୍ଟମ ଲାଗୁ ହୋଇସାରିଛି । ଏହା ଦ୍ୱାରା ଗାଡି ଗୁଡିକ ଟୋଲ ଗେଟ୍ ରେ ନ ଅଟକି ବି ଟୋଲ ଦେଇ ପାରିବେ । ତେବେ କିପରି ଭାବରେ ରାସ୍ତାରେ ଯାଉଥିବା ଗାଡି ଗୁଡିକ କୌଣସି ସ୍ଥାନରେ ଅଯଥା ଅଟକିବ ନାହିଁ ଏବଂ ସମସ୍ତ କାମ ଡିଜିଟାଲରେ ହୋଇପାରିବ ସେନେଇ ସରକାର କାମ କରୁଥିବା ନେଇ ସୂଚନା ରହିଛି। ରାସ୍ତାରେ ଥିବା ଟୋଲଗେଟ୍ ଉଠିଲେ ଲୋକେ ମାନେ ମଧ୍ୟ ସଠିକ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ଏହା ସହ ଟୋଲଗେଟ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ବି ରହିପାରିବ ବୋଲି ସୂଚନା ରହିଛି।
କେନ୍ଦ୍ର ସରକାର ଏହି ଯୋଜନା ଲାଗୁ କରିବା ପରେ ଆଉ ଆପଣଙ୍କ ଗାଡିକୁ ରାସ୍ତାରେ କେହି ଅଟକାଇବେ ନାହିଁ। ବିନା କୌଣସି ବାଧାରେ ରାଜରାସ୍ତାରେ ଗଡିବ ଗାଡି। ତେବେ ଟୋଲଗେଟକୁ ନେଇ ଅନେକ ସମୟରେ ଅସନ୍ତୋଷ ମଧ୍ୟ ଦେଖାଯାଇଛି। ବିଶେଷ କରି ସରକାରଙ୍କ ପକ୍ଷରୁ ଯେଉଁ ସ୍ଥାନରେ ଟୋଲଗେଟ୍ ବସାଯାଏ ସେହି ସ୍ଥାନକୁ ସ୍ଥାନୀୟ ଲୋକ ବିରୋଧ ମଧ୍ୟ କରିଥାଆନ୍ତି। ଏଣିକି ଏପରି ସମସ୍ୟା ବି ଆଉ ଦେଖାଯିବ ନାହିଁ। ବିନା ଟୋଲଗେଟରେ ରାସ୍ତାରେ ଗାଡି ଗଡିବ ଓ ଡିଜିଟାଲ ମାଧ୍ୟମରେ ଆକାଉଣ୍ଟରୁ ଟଙ୍କା ବି କଟିକ ବୋଲି ଜଣାଯାଇଛି।