ନେତାଙ୍କୁ କଣ ଆଇନ୍ ମାଫ୍ ? ଲୋକସେବା ଭବନରେ ନୂଆ ଟ୍ରାଫିକ୍ ନିୟମକୁ ଫୁ

ଭୁବନେଶ୍ୱର : ନେତା, ମନ୍ତ୍ରୀ, ବିଧାୟକ ଏମାନେ କଣ ଆଇନର ବାହାରେ। ଆଜି ଲୋକସେବା ଭବନର ଦୃଶ୍ୟ ଦେଖିଲେ ଆପଣଙ୍କ ମନକୁ ବି ସମାନ ପ୍ରଶ୍ନ ଆସିବ। କାରଣ ଆଜି ଏଠାକୁ ଆସିଥିବା ଅଧିକାଂଶ ମନ୍ତ୍ରୀ, ବିଧାୟକ ଓ ଉଚ୍ଚପଦସ୍ଥ ଅଧିକାରୀ କେହି ବି ନୂଆ ଟ୍ରାଫିକ୍ ନିୟମ ଅନ୍ତର୍ଗତ ସିଟ୍‌ବେଲ୍ଟ ପିନ୍ଧି କାର୍‌ରେ ବସି ନଥିଲେ। ରାଜରାସ୍ତାରେ ଦୁଇ ଚକିଆ ଯାନରୁ ଆରମ୍ଭ କରି ଅଟୋ ରିକ୍ସା ଡ୍ରାଇଭରଙ୍କୁ ହଜାର ହଜାର ତଣ୍ଡ ଲାଗୁଥିବା ବେଳେ ବଡ଼ ବଡ଼ିଆ ଯଦି ଏଭଳି ଆଇନ ଅମାନ୍ୟ କରିବେ ତେବେ କହିବା କାହାକୁ।

ସମୟ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା।  ସ୍ଥାନ-ପାଓ୍ୱାର କରିଡ଼ରର କେନ୍ଦ୍ରସ୍ଥଳ ଲୋକସେବା ଭବନ। ସବୁଦିନ ଭଳି ଆରମ୍ଭ ହୋଇଯାଇଥିଲା ମନ୍ତ୍ରୀ, ବିଧାୟକ, ନେତା, ସଚିବ ଓ ଅନ୍ୟ ଅଧିକାରୀଙ୍କ ଆଗମନ। ତେବେ ନେତା-ମନ୍ତ୍ରୀ ନୂଆ ଟ୍ରାଫିକ ନିୟମକୁ ନେଇ କେତେ ସଚେତନ ତାହା ପରଖିବାକୁ  ପହଞ୍ଚିଯାଇଥିଲେ ଆମ କ୍ୟାମେରା ଟିମ୍ ।

ଆସିଲେ ମନ୍ତ୍ରୀ ଟୁକୁନି ସାହୁ। କାର୍‌ର ଆଗ ସିଟ୍‌ରେ ବସି ଥିଲେ, କିନ୍ତୁ ସିଟ୍ ବେଲ୍ଟ ପ୍ରତି ଧ୍ୟାନ ନଥିଲା।  ମନ୍ତ୍ରୀ ସମୀର ରଞ୍ଜନ ଦାସ। ପଛ ସିଟ୍‌ରେ ବସିଥିଲେ । ଆଗରେ ବସିଥିବା ତାଙ୍କ  ପିଏସ୍ଓ କିନ୍ତୁ ସିଟ୍‌ବେଲ୍ଟ ବାନ୍ଧି ନଥିଲେ।

ନୂଆ ନିୟମକୁ ନେଇ ଆଦୌ ତତ୍ପର ନଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କିନ୍ତୁ ଅତି ଚତୁରତାର ସହ ଉତ୍ତର ରଖିଥିଲେ। ଏଣେ କ୍ୟାମେରା ଦେଖି ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ସିଟ୍ ବେଲ୍ଟ କଥା ମନେ ପଡିଥିଲା। ଟ୍ରାଫିକ ନିୟମ ସମ୍ପର୍କରେ ଅନେକ କଥା କହିଥିଲେ ମଧ୍ୟ ନିଜେ ସିଟ୍‌ବେଲ୍ଟ ବାନ୍ଧିବାକୁ ଭୁଲି ଯାଇଥିଲେ।

କେବଳ ମନ୍ତ୍ରୀ କି ସାଂସଦ ନୁହଁନ୍ତି, ବିଧାୟକ ତଥା ସଚିବ ଓ ଲୋକସେବା ଭବନର ଅନେକ ବରିଷ୍ଠ ଅଧିକାରୀଙ୍କର ବି ନୂଆ ମୋଟର ଯାନ ଆଇନ ପ୍ରତି ଭୃକ୍ଷେପ ନଥିଲା। ବିଧାୟକ ସୁର ରାଉତରାୟ, ଦେବୀ ରଞ୍ଜନ ତ୍ରିପାଠୀ, ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପୂର୍ବତନ ବିଧାୟକ ଆୟୁବ ଖାଁ ସମସ୍ତେ ବେଧଡ଼କ। ଲାଗୁଥିଲା ନୂଆ ଆଇନ ସତେ ଯେମିତି ଏମାନଙ୍କ  ଉପରେ ଲାଗୁ ନୁହେଁ। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ବିଧାୟକଙ୍କ ଗାଡ଼ିରେ ଲୋକସେବା ସଦନ ଆସୁଥିବା ବ୍ୟକ୍ତି ବିଶେଷ ସମସ୍ତେ ଖୁଲମଖୁଲା ଆଇନ ଉଲ୍ଲଙ୍ଘନ କରୁଥିଲେ ବି ଚେକିଂ ନଥିଲା କି ଜରିମାନ କରିବାକୁ କେହି ନଥିଲେ।

ଆଇନ ଗଢୁଥିବା ଲୋକେ ଯଦି ଆଇନ ଭାଙ୍ଗିବେ ଅନ୍ୟଙ୍କୁ କହିବା କଣ ।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

You might also like