ଗଞ୍ଜାମରେ ଅଟକିବନି ପାସେଞ୍ଜର ଟ୍ରେନ୍

ବ୍ରହ୍ମପୁର: ଆଜିଠୁ ଗଞ୍ଜାମ ଜିଲ୍ଲାର କୌଣସି ରେଲ୍‌ୱେ ଷ୍ଟେସନ୍‌ରେ ଅଟକିବନି ପାସେଞ୍ଜର ଟ୍ରେନ୍।  ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି କଟକଣା ଜାରି ରହିବ।

ଗଞ୍ଜାମ ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତଟ ରେଲ୍‌ୱେ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। 

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଭୁବନେଶ୍ୱର-ବ୍ରହ୍ମପୁର ସ୍ପେଶାଲ ଟ୍ରେନ୍‌କୁ ବାତିଲ୍ କରି ଦିଆଯାଇଛି। ସେହିପରି ଭୁବନେଶ୍ୱର-ମୁମ୍ବାଇ ସ୍ପେଶାଲ୍ ଟ୍ରେନ୍ ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁର ଷ୍ଟେସନ୍‌ରେ ଅଟକିବ ନାହିଁ।

ଅନ୍ୟପକ୍ଷରେ ହାୱଡା- ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ର ବାଲୁଗାଁ ଓ ବ୍ରହ୍ମପୁର ଷ୍ଟପେଜ୍‌କୁ ବାତିଲ୍ କରି ଦିଆଯାଇଛି। 

ଆହୁରି ମଧ୍ୟ ପଢ଼ନ୍ତୁ: ଆଜିଠୁ ଗଞ୍ଜାମ ସହରାଞ୍ଚଳରେ ସଟ୍‌ଡାଉନ୍‌

You might also like