କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପେନସନ୍ କଟିବା ଚର୍ଚ୍ଚାକୁ ନେଇ ସରକାର କହିଲେ ଏମିତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପେନସନ୍ କଟିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ଅର୍ଥ ମନ୍ତ୍ରାଳୟ। ପେନସନ୍ କଟିବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି।

ସୂଚନାଥାଉ କି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୨୦% ପେନସନ୍ କଟିବା ନେଇ ସରକାର ଯୋଜନା କରୁଥିବା ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ଯାହାର ପୂର୍ଣ୍ଣଚ୍ଛେଦ ପକାଇଛି ଅର୍ଥ ମନ୍ତ୍ରାଳୟ। ଏହା ମିଥ୍ୟା ଖବର ବୋଲି ଅର୍ଥ ମନ୍ତ୍ରାଳୟ କହିଛି।

ଟ୍ୱିଟ କରି ଅର୍ଥ ମନ୍ତ୍ରାଳୟ କହିଛି, “ଜାଣିବାକୁ ମିଳିଛି ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପେନସନ୍ ୨୦% କଟିବା ନେଇ ଚର୍ଚ୍ଚା ହେଉଛି। ଯାହା ଏକ ମିଥ୍ୟା ଖବର। ପେନସନ କଟିବ ନାହିଁ। ଏପରିକି ଦରମା ଓ ପେନସନ୍ ପ୍ରଭାବିତ ହେବନାହିଁ ବୋଲି ସ୍ପଷ୍ଟ କରାଯାଉଛି।

୬୫.୨୬ ଲକ୍ଷ କେନ୍ଦ୍ର ସରକାରୀ ପେନସନଧାରୀ ଅଛନ୍ତି

You might also like