ଚା’ କପର ଦାମ ୧ ହଜାର ଟଙ୍କା…ଜାଣନ୍ତୁ କେଉଁଠି ମିଳୁଛି ଏହି ଚା’?

ଚା' କପର ଦାମ ୧ ହଜାର ଟଙ୍କା

  • ଚା’ କପର ଦାମ ୧ ହଜାର ଟଙ୍କା
  • ଚର୍ଚ୍ଚାରେ କଲିକତାର ପାର୍ଥ ଗାଙ୍ଗୁଲିଙ୍କ ଚା’ ଦୋକାନ

କଲିକତା: ଆମେ ସମସ୍ତେ ପ୍ରତିଦିନ ଚା ପିଇଥାଆନ୍ତି। ସାଧାରଣ ଭାବରେ ଅଫିସ ହେଉ କିମ୍ବା କୌଣସି କାମରେ ବାହାରୁ ଆସିଲେ ଚା ପିଇ ଥକା ମେଂଟାଇ ଥାଆନ୍ତି। ସେହିପରି ଅଫିସରୁ ମଧ୍ୟ ଟିକିଏ ଫୁରସତ ମିଳିଲେ ଆମେ ସମସ୍ତେ ଚା ଖଟିରେ ବସିଯାଆନ୍ତି। ଆଉ ସେହିଠାରେ ହିଁ ରାଜନୈତିକ ଘଟଣାଠାରୁ ଆରମ୍ଭ କରି ଅନେକ ପ୍ରସଙ୍ଗ ଆଲୋଚନା ହୋଇଥାଏ। ଆଉ ଚା ଅତି ଜୋରରେ ପ୍ରତି କପ ପିଛା ଆମକୁ ୧୦ ରୁ ୨୦ ଟଙ୍କା ଦେବାକୁ ପଡିଥାଏ।

ବର୍ତ୍ତମାନ ସମୟରେ ସମସ୍ତ ଦରଦାମ ବଢୁଥିବାରୁ ଚା କପର ବି ଦାମ ବଢିଛି। କିନ୍ତୁ ଆମେ ଏମିତି ଚା କପର କଥା କହୁଛୁ ଯାହାର ଦାମ ୧୦ ନୁହେଁ କି ୧୦୦ ନୁହେଁ ବରଂ ୧୦୦୦ ଟଙ୍କା ରହିଛି। ହୁଏତ ଏହି ଦାମ ଶୁଣିଲେ ଆପଣ କହିବେ ଏମିତି ଏ ଚାହାରେ କଣ ଅଛି ଯେ, ଏହାର ଏତେ ଦାମ?  ଆଉ ଏହା ନିଶ୍ଚିତ ଆମ ଦେଶରେ ନୁହେଁ ବରଂ ବିଦେଶରେ ହିଁ ହୋଇଥିବ। କିନ୍ତୁ ଆମେ ସ୍ପଷ୍ଟ ଭାବରେ କହିରଖୁଛୁ ଯେ, ଏମିତି ଚା କଲିକତାରେ ମିଳୁଛି। ଯାହାର ପ୍ରତି କପର ଦାମ ରହିଛି ୧ ହଜାର ଟଙ୍କା। ତେବେ ଜାଣନ୍ତୁ ଏହି ସ୍ୱତନ୍ତ୍ର ଚା ସମ୍ପର୍କରେ କିଛି ତଥ୍ୟ….

ବିଧାନସଭା ନିର୍ବାଚନକୁ ନେଇ ଏବେ ପୂରା ସରଗରମ ଅଛି କଲିକତା। ଆଉ ଏହି ସମୟରେ ଚା କପ୍‌ର ରେଟ୍ ଶୁଣିଲେ ସମସ୍ତଙ୍କ ମୁଣ୍ଡ ବୁଲାଇ ଦେବ। କାରଣ କଲିକତାର ଏମିତି ଏକ ସ୍ଥାନ ରହିଛି ଯେଉଁଠି ୧୦୦୦ ଟଙ୍କା ଦେଲେ ହିଁ ଆପଣ ଗୋଟାଏ କପ୍‌ ଚା ପିଇପାରିବେ। କଲିକତାରେ ରହୁଥିବା ପାର୍ଥ ପ୍ରୀତମ ଗାଙ୍ଗୁଲି ନାମକ ଜଣେ ବ୍ୟକ୍ତି ମୁକୁନ୍ଦପୁରଠାରେ ଏହି ସ୍ୱତନ୍ତ୍ର ଚା ଷ୍ଟଲ କରିଛନ୍ତି। ଆଉ ଏହି ଦୋକାନରେ ୧୨ ଟଙ୍କା ଠାରୁ ଆରମ୍ଭ କରି ୧ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ଚା ମିଳୁଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଏହି ଦୋକାନରେ ପାଖାପାଖି ୧୦୦ ପ୍ରକାର ଚା ମିଳୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଯେଉଁ ଚା କପର ମୂଲ୍ୟ ୧୦୦୦ ଟଙ୍କା ରହିଛି ସେହି ଚା ପତିର ଦାମ କିଲୋପ୍ରତି ୩ ଲକ୍ଷ ଟଙ୍କା ରହିଛି। ତେଣୁ ସେହି ସ୍ୱତନ୍ତ୍ର ଚା କପର ଦାମ ୧ ହଜାର ଟଙ୍କା ରହିଛି।

ଏହାସହ ପାର୍ଥ ଅନେକ ପ୍ରକାର ଚା’ ବିକ୍ରି କରୁଛନ୍ତି। ଆଉ ପାର୍ଥଙ୍କ ଚା’ର ଚାହିଦା ମଧ୍ୟ ବହୁ ଅଧିକ ଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଚା’ ଦୋକାନରେ ଚା ପିଇବାକୁ ଲୋକମାନେ ଲାଇନ ଲଗାନ୍ତି। ଅନ୍ୟ ସ୍ଥାନରେ ମିଳୁଥିବା ଚା’ଠୁ ଏହାର ସ୍ୱାଦ ପୂରା ଭିନ୍ନ ରହିଛି। ତେଣୁ ଏଠାରେ ଚା’ ପଇବାକୁ ଆମେ ନିତିଦିନ ଆସୁ ବୋଲି ଅନେକ ଲୋକ କହିଛନ୍ତି।

ତେବେ ପାର୍ଥ ଗାଙ୍ଗୁଲି ପୂର୍ବରୁ ଏକ କମ୍ପାନୀରେ କାମ କରୁଥିଲେ। କିନ୍ତୁ ଦରମା ଟଙ୍କାରେ ପରିବାର ଚଳାଇବାରେ ଅସୁବିଧା ହୋଇଥିଲା। ତେଣୁ ସେ ଅନ୍ୟ କିଛି ବେପାର କରିବାକୁ ଇଚ୍ଛା କରିଥିଲେ। ଆଉ ଚା’ ଦୋକାନ କରି ଲୋକଙ୍କୁ ବିଭିନ୍ନ ପ୍ରକାରର ଚା’ ପିଆଇବାକୁ ଇଚ୍ଛା କରିଥିଲେ। ଏବେ ନିଜର ସ୍ୱପ୍ନ ପୂରଣ କରିଥିବା କହିଛନ୍ତି ପାର୍ଥ। ୨୦୧୪ ମସିହାରେ କଲିକତାରେ ଚା’ ଦୋକାନ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି।

You might also like