ଉସୁକାଇଲା ସାବତ ମା, ଭଉଣୀକୁ ଦୁଷ୍କର୍ମ କରି ଜାଳିଦେଲା ସାବତ ଭାଇ
ଶ୍ରୀନଗର: ସୀମା ଡେଇଁଛି ସମସ୍ତ ଅମାନୁଷିକତା। ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଛି ସାବତ ଭାଇ। ଆଉ ତା ପରେ ଏସିଡ୍ ପକାଇ ପୋଡ଼ି ମାରି ଦେଇଛି। ଜାମ୍ମୁ ଓ କାଶ୍ମୀରରୁ ଏପରି ସଙ୍ଗୀନ ଅଭିଯୋଗ ଆସିଛି।
ବାରମୁଳା ଜିଲ୍ଲା ବୋନିୟାରର ଜଣେ ୯ ବର୍ଷର ନାବାଳିକା ସହ ଏଭଳି ବର୍ବର କାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ୍ର ସୂଚନା ଅନୁଯାୟୀ ସାବତ ଭାଇ ଏବଂ ତାର କିଛି ସାଙ୍ଗ ମିଶି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ଏସିଡ୍ ଢାଳି ପୋଡ଼ି ଦେଇଥିଲେ ଆଉ ଉରି ନିକଟ ଜଙ୍ଗଲରେ ଫିଙ୍ଗିଦେଇଥିଲେ।
ତେବେ ଏପରି ଜଘନ୍ୟକାଣ୍ଡ ଭିଆଇବା ପାଇଁ ନାବାଳିକାଙ୍କ ସାବତ ମାଆ ହିଁ ଉସୁକାଇଥିବା ଅଭିଯୋଗ ହୋଇଛି। ସ୍ୱାମୀ ଅଧିକ ସମୟ ଦ୍ୱିତୀୟ ପତ୍ନୀଙ୍କ ସହ ବିତାଉଥିଲେ ତେଣୁ ଏହାର ପ୍ରତିଶୋଧରେ ସେ ଏବଂ ତାଙ୍କ ନାବାଳକ ପୁଅ ମିଶି ଏହି ଅପରାଧର ଷଡ଼ଯନ୍ତ୍ର ରଚିଥିବା ପୁଲିସ୍ କହିଛି।
ଘଟଣା ପରେ ସାବତ ମାଆ ଓ ସାବତ ଭାଇ ସମେତ ୫ ଜଣଙ୍କୁ କାଶ୍ମୀର ପୁଲିସ୍ ଗିରଫ କରିଛି ।