ନିଆରା ମଣିଷ ନିଲୁ, ବୁଲା କୁକୁରଙ୍କ ପାଇଁ ସାଜିଛନ୍ତି ଦେବତା

ଜଗତସିଂହପୁର: (ରିପୋର୍ଟ/ଶଶାଙ୍କ ଶେଖର ପଣ୍ଡା) ପୃଥିବୀର ସର୍ବଶ୍ରେଷ୍ଠ ଜୀବ ହେଉଛି ମଣିଷ । ଇଶ୍ୱରଙ୍କ ସୃଷ୍ଟିରେ ଯେତେ ଜୀବଜନ୍ତୁ ଅଛନ୍ତି ନିଜର ବୁଦ୍ଧି,ବିବେକ ଥିବାରୁ ମଣିଷ ଏମାନଙ୍କ ଠାରୁ ନିଆରା ଓ ଶ୍ରେଷ୍ଠ । ତେବେ ସମାଜରେ ବସବାସ କରୁଥିବା କିଛି ମଣିଷ ନିଜର ବ୍ୟବହାର ଓ କାର୍ଯ୍ୟଶୈଳୀ ପାଇଁ ସାଧାରଣ ମଣିଷ ଠାରୁ ଭିନ୍ନ ହୋଇଥାନ୍ତି । ତେବେ ଏମିତି ଜଣେ ନିଆରା ମଣିଷ ହେଉଛନ୍ତି ଜଗତସିଂହପୁର ପୈାରାଞ୍ଚଳର ପ୍ରଦୀପ୍ତ ମିତ୍ର ଓରଫ୍ ନୀଲୁ ମିତ୍ର । ଯୁବକ ଅବସ୍ଥାରୁ ହିଁ,ନୀଲୁ ମିତ୍ରଙ୍କର ପଶୁପକ୍ଷୀ ମାନଙ୍କ ପ୍ରତି ଅନାବିଳ ପ୍ରେମ ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ।

ବିଶେଷ କରି ବୁଲା କୁକୁର ମାନଙ୍କୁ ଖାଇବାକୁ ଦେବା ଏବଂ ସେମାନଙ୍କୁ ନିଜ ପରିବାର ସଦସ୍ୟ ଭଳି ଯତ୍ନ କରିବା ନୀଲୁ ମିତ୍ରଙ୍କର ଏକ ଅଭ୍ୟାସ ବା ପ୍ରବୃତ୍ତି ପାଲଟିଯାଇଛି । ବଜାରକୁ ଆସିବା ମାତ୍ରେ କିଛି ପାଇବା ଆଶାନେଇ ତାଙ୍କ ଚାରିପଟେ ବୁଲା କୁକୁରଙ୍କ ଭିଡ ଏମିତି ଜମେ ଯେ, ଆପଣ ନଦେଖିଲେ ହୁଏତ ବିଶ୍ୱାସ କରିବେ ନାହିଁ ।

କରୋନା ମହାମାରୀ ପାଇଁ ଗତ ୨୦୨୦ ମାର୍ଚ୍ଚ ମାସ ଠାରୁ ହୋଟେଲ ଓ ଜଳଖିଆ ଦୋକାନ ସବୁ ବନ୍ଦ ହୋଇଯାଇଥିଲା । ତେଣୁ ଜଗତସିଂହପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବୁଲା କୁକୁର ମାନେ ଖାଦ୍ୟ ପାଇନଥିଲେ । ଯଦିଓ ସ୍ୱଳ୍ପ ସମୟ ପାଇଁ ସରକାରୀ ସ୍ତରରେ ପୈାର ପରିଷଦ ପକ୍ଷରୁ ବୁଲା କୁକୁର ମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା କିନ୍ତୁ ପରେ ଏହା ବନ୍ଦ ହେଲା । ତେବେ ନିଆରା ମଣିଷ ନୀଲୁ ନିଜ ହାତରେ ରୋଷେଇ କରି ଆଜି ପର୍ଯ୍ୟନ୍ତ ବୁଲା କୁକୁର ମାନଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି ।

ପଶୁପକ୍ଷୀଙ୍କ ପ୍ରତି ନୀଲୁ ମିତ୍ରଙ୍କର ଏଭଳି ସମ୍ବେଦନଶୀଳ ମହତକାର୍ଯ୍ୟ ପାଇଁ ତାଙ୍କୁ ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆ ପକ୍ଷରୁ ଜଣେ ସ୍ୱେଚ୍ଛାସେବୀ ଭାବେ ପରିଚୟ ପତ୍ର ପ୍ରଦାନ କରାଯାଇଛି । ନୀଲୁ କହନ୍ତି ଯେ, ମଣିଷଙ୍କ ଭଳି ସବୁ ପଶୁପକ୍ଷୀଙ୍କର ବଞ୍ଚିବାର ଅଧୀକାର ରହିଛି । ତେଣୁ ସେମାନଙ୍କୁ ମାଡ ଦେବା କିମ୍ବା କୈାଣସି ପ୍ରକାର କଷ୍ଟ ଦେବା ଅନୁଚିତ। ଆବଶ୍ୟକ ସ୍ଥଳେ କଥା କହି ପାରୁନଥିବା ଏହି ପଶୁପକ୍ଷୀମାନଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ନିଲୁ ।

ଅନ୍ୟପକ୍ଷରେ ନୀଲୁଙ୍କର ଏଭଳି ପଶୁପ୍ରେମକୁ ସାଧାରଣରେ ପ୍ରଶଂସା କରାଯାଇଛି । ନୀଲୁ ମିତ୍ର ଯେଉଁ ମହତ କାର୍ଯ୍ୟ କରୁଛନ୍ତି ତାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଉଥିବା ବେଳେ ତାଙ୍କୁ ଉତ୍ସାହିତ କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି ବୁଦ୍ଧିଜୀବି।

ଅନ୍ୟପକ୍ଷରେ ପ୍ରଦୀପ୍ତ ମିତ୍ର ଓରଫ୍ ନୀଲୁଙ୍କର ଏଭଳି ପଶୁପ୍ରେମକୁ ସାଧାରଣରେ ପ୍ରଶଂସା କରାଯାଇଛି । ନୀଲୁ ମିତ୍ର ଯେଉଁ ମହତ କାର୍ଯ୍ୟ କରୁଛନ୍ତି ତାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଉଥିବା ବେଳେ ତାଙ୍କୁ ଉତ୍ସାହିତ କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି ବୁଦ୍ଧିଜିବୀ।

ତେବେ ପ୍ରତିଦିନ ଏପରି ଭାବରେ କୁକୁରଙ୍କୁ ଖାଇବାକୁ ଦେଉଥିବା ନିଲୁ କୁହନ୍ତି ଯେ, ଆମ ଘରେ ସବୁବେଳେ କୁକୁରମାନେ କୁହନ୍ତି। ତେଣୁ ସେମାନଙ୍କ ପ୍ରତି ମୋର ଦୁର୍ବଳତା ଥିଲା। ତେଣୁ ସେମାନଙ୍କୁ ମୁଁ ଘୃଣା ନୁହେଁ ବରଂ ସ୍ନେହ କରେ। କେବଳ ଏତିକି ନୁହେଁ ଏହାସହ ଅନେକ ଲୋକ କୁକୁରଙ୍କୁ ଗୋଇଁଠା ମାରନ୍ତି, ଗୋଡାନ୍ତି…ବେଳେ ଖଣ୍ଡିଆ ଖାବରା ହୋଇ ସେମାନେ ବାହାରେ ବୁଲନ୍ତି। କିନ୍ତୁ ସେମାନଙ୍କୁ ଆମେ ମେଡିକାଲ ନେଇ ଚିକିତ୍ସା ମଧ୍ୟ କରାଉ। ତେବେ କରୋନା ସମୟରେ ଖାଇବାକୁ ପାଇଲେ ନାହିଁ ସେମାନେ। ସେତେବେଳେ ଭୋକରେ ଆଉଟପାଉଟ ହେଉଥିଲେ। କିନ୍ତୁ କିଛି ଚିକେନ କାଉଣ୍ଟର ଓ ସାଙ୍ଗମାନେ ମତେ ବହୁତ ସାହାଯ୍ୟ କରିଛନ୍ତି ଯେଉଁଥି ଲାଗି କୁକୁରଙ୍କୁ ଖାଇବାକୁ ଦେବାରେ କରୋନା ସମୟରେ ମୁଁ ସକ୍ଷମ ହୋଇଥିଲି ବୋଲି ନିଲୁ କହିଛନ୍ତି।

You might also like