ଚୀନରେ ନୂଆ ଭାଇରସର ଆତଙ୍କ; ୭ ମୃତ, ୬୦ରୁ ଅଧିକ ହେଲେଣି ଆକ୍ରାନ୍ତ

ବେଜିଂ:  କରୋନା ଭାଇରସର ଆତଙ୍କରୁ ଏ ପର୍ଯ୍ୟନ୍ତ ବିଶ୍ୱ ମୁକ୍ତି ପାଇନି। ଏବେ ଚୀନରୁ ମାଡ଼ି ଆସୁଛି ଆଉ ଏକ ଆତଙ୍କ। ଚୀନରେ ଦେଖା ଦେଇଛି ଆଉ ଏକ ନୂଆ ତଥା ଭୟଙ୍କର ଭାଇରସ। ଏହି ନୂଆ ସଂକ୍ରାମକ ଭାଇରସରେ ଚୀନ୍‌ର ୭ ଜଣଙ୍କର ମୃତ୍ୟୁ ଘଟିଲାଣି। ୬୦ରୁ ଅଧିକ ଆକ୍ରାନ୍ତ ହେଲେଣି। ଚୀନ ସରକାରୀ ମିଡିଆ ବୁଧବାର ଏ ନେଇ ଲୋକଙ୍କୁ ସତର୍କ କରାଇବା ସହ ଏହା ସଂକ୍ରାମକ ହୋଇପାରେ ବୋଲି ଚେତାବନୀ ଦେଇଛି।

ଚୀନ ମିଡିଆ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଏହି ନୂଆ ଭାଇରସ୍‌ର ନାଁ SFTS Virus। ଏହା ପୂର୍ବ ଚୀନ୍‌ର ଜିୟାଂସୁ ପ୍ରାନ୍ତରେ ଦେଖିବାକୁ ମିଳିଛି। ଏହି ଅଞ୍ଚଳର ପ୍ରାୟ ୩୭ ଜଣ ଲୋକ SFTS Virusରେ ସଂକ୍ରାମିତ ହୋଇଛନ୍ତି। ସରକାର ଗ୍ଲୋବାଲ ଟାଇମ୍ସ ଅନୁସାରେ, ଜିୟାଂସୁ ପରେ ଏହି ଭାଇରସ ଅନ୍‌ହୁଇ ପ୍ରାନ୍ତର ୨୩ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ।

ପ୍ରଥମେ ଜିୟାଂସୁ  ରାଜଧାନୀ ନାନଜିୟାଂଗ ପ୍ରାନ୍ତର ଜଣେ ମହିଳା ଏହି ରୋଗରେ ପ୍ରଭାବିତ ହୋଇଥିଲେ। ତାଙ୍କର କାଶ ସହ ଜ୍ୱର  ହୋଇଥିଲା। ଡାକ୍ତର ଲ୍ୟୁକୋସାଇଟ ଏବଂ ପେଟ୍‌ଲେଟ୍‌ କମ୍‌ ଥିବା ଡାକ୍ତର ଜାଣିବାକୁ ପାଇଥିଲେ। ପ୍ରାୟ ୧ ମାସ ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା।

ମିଳିଥିବା ରିପୋର୍ଟ ଅନୁସାରେ, ଅନ୍‌ହୁଇ ଏବଂ ପୂର୍ବ ଚୀନର ଝେଜିୟାଂଗ ପ୍ରାନ୍ତରେ ଅତି କମ୍‌ରେ ୭ ଜଣଙ୍କର ଇତି ମଧ୍ୟରେ ମୃତ୍ୟୁ ଘଟିଲାଣି। ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଏହି SFTS Virus ନୂଆ ନାହିଁ। ୨୦୧୧ରେ ଚୀନରେ ଏହି ଭାଇରସକୁ ପ୍ରଥମେ ଠାବ କରାଯାଇଥିଲା। ଗବେଷକଙ୍କ କହିବା ଅନୁଯାୟୀ, ସଂକ୍ରମଣ ପଶୁଙ୍କ ଶରୀରରୁ ସଂକ୍ରମିତ ହୋଇଥାଏ। ଏହି ଭାଇରସ ପଶୁଙ୍କ ଶରୀରରେ ଲାଗି ରହୁଥିବା ଏକ ପୋକ ଯାହା ମଣିଷ ଶରୀରରେ ପ୍ରଭାବ ବିସ୍ତାର କରିବା ସହ ସଂକ୍ରମିତ ହୋଇପାରେ।

 

You might also like