ବୈଜୟନ୍ତଙ୍କ ପାଇଁ ଲାଗୁ, ନବୀନଙ୍କ ପାଇଁ ଛାଡ଼ ?

ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ଘଟଣାରେ ସାମ୍ନାକୁ ଆସିଲା ନୂଆ ଟ୍ୱିଷ୍ଟ୍। ଯେଉଁ ଅଭିଯୋଗ ବୈଜୟନ୍ତ ପଣ୍ଡାଙ୍କ ନାଁରେ ଆସିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ସେଇଆ କରିଥିଲେ।

ଏକ ହୋଟେଲ୍‌ ଉଦ୍‌ଘାଟନ ପାଇଁ କିଛି ମାସ ତଳେ ଚିଲିକା ଉପରେ ହେଲିକପ୍ଟରରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ଯେଉଁ ଆଧାରରେ ବୈଜୟନ୍ତଙ୍କ ହେଲିକପ୍ଟର ଓ ହ୍ୟାଙ୍ଗର ଜବତ କରାଗଲା, ତାହା ଯଦି ବୈଜୟନ୍ତଙ୍କ ପାଇଁ ଲାଗୁ, ନବୀନଙ୍କ ପାଇଁ କାହିଁକି ନୁହେଁ ବୋଲି ଜଣେ ଟ୍ୱିଟ୍‌ର ୟୁଜର ପ୍ରଶ୍ନ ଉଠାଇଛନ୍ତି।

ଜଣେ ଟ୍ୱିଟର ୟୁଜର ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି ‘FIR ଅନୁଯାୟୀ ନୋ ଫ୍ଲାଇଂ ଇକୋ ସେନ୍‌ସିଟିଭି ଜୋନ୍‌ରେ ହେଲିକପ୍ଟର ଉଡ଼ାଇଥିଲେ ବୈଜୟନ୍ତ। ପ୍ରଥମତଃ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ନୋ ଫ୍ଲାଇଂ ଜୋନ୍ ତାଲିକାରେ ଚିଲିକା ନାହିଁ।

ଦ୍ୱିତୀୟରେ, ଯଦି ବୈଜୟନ୍ତ ପଣ୍ଡା ଇକୋ ସେନ୍‌ସିଟିଭି ଜୋନ୍‌ରେ ହେଲିକପ୍ଟର ଉଡାଇ ଭୁଲ୍‌ କରିଛନ୍ତି, ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ମାସ ତଳେ ଚିଲିକା ଉପରେ ଉଡ଼ିଥିଲେ। ଏଭଳି ଡବଲ ଷ୍ଟାଣ୍ଡାର୍ଡ  କାହିଁକି ବୋଲି ୟୁଜର ଜଣକ ପ୍ରଶ୍ନ କରିଛନ୍ତି। ଏହାକୁ ରିଟ୍ୱିଟ୍‌ କରିଛନ୍ତି ବୈଜୟନ୍ତ ପଣ୍ଡା।

You might also like