କରୋନା ପାଇଁ NEET ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କରୋନା ପାଇଁ ସ୍ଥଗିତ ହେଲା NEET ପରୀକ୍ଷା।ସାରାଦେଶରେ ମହାମାରୀ କରୋନାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି National Eligibility cum Entrance Test- UnderGraduate (NEET UG) 2020 ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ National Testing Agency (NTA) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆସନ୍ତା ମେ’3 ରେ ପରୀକ୍ଷା ହୋଇଥାନ୍ତା ଓ ଏଥିପାଇଁ ଆଜି ଆଡମିଟ କାର୍ଡ ମଧ୍ୟ ମିଳିଥାନ୍ତା। ତେବେ କରୋନାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ତେବେ ପୁଣି କେବେ ପରୀକ୍ଷା ହେବ ସେନେଇ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା ହୋଇନାହିଁ। ସ୍ଥିତିର ଆକଳନ ପରେ ପରୀକ୍ଷାକୁ ନେଇ ପରବର୍ତ୍ତୀ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି। ତେବେ ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟକୁ ଚେକ କରିବା ପାଇଁ NTA ପକ୍ଷରୁ  ପରାମର୍ଶ ଦିଆଯାଇଛି।

You might also like