ଓଟିଭିକୁ ନବୀନ ନିବାସ ଭିତରକୁ ବାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ NBAର ଚିଠି

ଭୁବନେଶ୍ୱର : ଓଟିଭିକୁ ନବୀନ ନିବାସ ବାରଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି ନ୍ୟୁଜ୍ ବ୍ରଡକାଷ୍ଟର୍ସ ଆସୋସିଏସନ(NBA)। ଗଣତାନ୍ତ୍ରିକ ବ୍ୟବସ୍ଥା ଚାଲୁ ରଖିବା ଓ ଲୋକଙ୍କୁ ସୂଚନା ପ୍ରଦାନ କ୍ଷେତ୍ରରେ ମିଡିଆର ଭୂମିକା ଅପରିହାର୍ଯ୍ୟ ବୋଲି ଏଥିରେ କୁହାଯାଇଛି।

ସେ ଦୃଷ୍ଟିରୁ ଗଣମାଧ୍ୟମର ଅଧିକାର ସୁରକ୍ଷିତ ରଖାଯିବା ଜରୁରୀ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଗଣମାଧ୍ୟମକୁ ଖବର ସଂଗ୍ରହରୁ ବଞ୍ଚିତ କରିବା ଅର୍ଥ ସ୍ୱାଧୀନ ମତବ୍ୟକ୍ତ ନେଇ ସମ୍ବିଧାନରେ ଥିବା ବ୍ୟବସ୍ଥାକୁ କୁଠାରଘାତ କରିବା ବୋଲି ଲେଖିଛନ୍ତି ସଂଗଠନର ସଭାପତି ତଥା ଦେଶର ଜଣାଶୁଣା ବରିଷ୍ଠ ସାମ୍ବାଦିକ ରଜତ ଶର୍ମା।

ଗଣମାଧ୍ୟମ ପ୍ରତିନିଧି ଯେଭଳି ସ୍ୱାଧୀନ ଓ ବିନା ଭୟରେ ଖବର ସଂଗ୍ରହ କରିପାରିବେ ତାହା ସୁନିଶ୍ଚିତ କରିବା ଲାଗି ଚିଠିରେ ଅନୁରୋଧ କରାଯାଇଛି

 

You might also like