ନୟାଗଡ଼: ଶେଷରେ ବେବିକୁ ବି ମାରିଦେଲେ। ନୟାଗଡ଼ ଜିଳ୍ଲା ବାଣିଗୋଛାଳ ଥାନା ଧୁନ୍ଦୁଗାଡ଼ଇା ଗାଁର ନିଖୋଜ ୬ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ନିଖୋଜର ୫ ଦିନ ପରେ ତାର ମୃତଦେହ ଉଦ୍ଧାର କରାଯାଇଛି ଏକ ପରିତ୍ୟକ୍ତ ସ୍ଥାନରୁ। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଏହି ଶିଶୁକନ୍ୟାଟି ହଠାତ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ବହୁତ ଖୋଜାଖୋଜି ପରେ ବି କୌଣସି ପତ୍ତା ପାଇନଥିଲେ। ଏନେଇ ଥାନାରେ ଅପହରଣ ନେଇ ଅଭିଯୋଗ ପରେ ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା।

ଆଉ ଜାରି ରହିଥିଲା ସର୍ଚ୍ଚ ଅପରେସନ୍। ଶେଷରେ ଆଜି ଗାଁ ପାଖ ଏକ ପରିତ୍ୟକ୍ତ ସ୍ଥାନରୁ ମିଳିଥିଲା ମୃତଦେହ। ଶରୀରଟି ଖଣ୍ଡବିଖଣ୍ଡିତ ହୋଇଯାଇଛି। ତେବେ ଏଭଳି ମୃତ୍ୟୁ ପଛର କାରଣ କଣ, ତାକୁ ନେଇ ଖୋଳତାଡ଼ ଜାରି ରଖିବା ସହ ପୋଲିସ ଜଣେ ଅଭିଯୁକ୍ତକୁ ଧରାଯାଇଛି। ତେବେ ପୂର୍ବରୁ ନୟାଗଡ଼ ବହୁଚର୍ଚ୍ଚିତ ପରୀ ମାମଲାରେ ମଧ୍ୟ ପୋଖରୀ କୂଳରୁ ଅନେକ ପ୍ରମାଣ ମିଳିଥିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିଲା।

Other Stories