ମତ୍ସ୍ୟଜୀବୀଙ୍କ ଦାନାରେ ଧୂଳି ଦେଉଛି କେନ୍ଦ୍ର: ନବୀନ

ପୁରୀ: ପୁରୀ ଲୋକସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି। ପ୍ରଥମେ ରଣପୁରରେ ପ୍ରଚାର କରିବା ପରେ ବାଣପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଚିଲିକା କାର୍ଡ ଖେଳିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଚିଲିକା ଆମର ମାଆ ଏବଂ ଓଡ଼ିଶାର ଗର୍ବ ବୋଲି।

ଚିଲିକା ଏଠାକାର ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଜୀବିକା ଦେଇଥିବା ବେଳେ କେନ୍ଦ୍ର ସରକାର ଚିଲିକାକୁ ନଷ୍ଟ କରିଦେବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ନବୀନ ଅଭିଯୋଗ କରିଛନ୍ତି। ଏଥିସହ ମତ୍ସ୍ୟଜୀବୀଙ୍କ ଦାନାରେ ଧୂଳି ଦେବାକୁ କେନ୍ଦ୍ର ଚେଷ୍ଟା କରୁଛି ଏବଂ ପୁରୁଣା ରାସ୍ତା ଉପରେ କୋଷ୍ଟାଲ ହାଇେୱେ ଚାହୁଁଥିବା ଅଭିଯୋଗ କରି କେନ୍ଦ୍ର ସରକାରକୁ ନବୀନ ସମାଲୋଚନା କରିଛନ୍ତି। ସାଧାରଣ ସଭା ପରେ ବାଣପୁର ପରେ  ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିଛନ୍ତି।

You might also like