• translate
Minati Mishra

ଭୁବନେଶ୍ୱର: ଲଗାତାର ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ହେବା କିଛି କମ୍‌ କଥା ନୁହେଁ। ହେଲେ ନିଜ ସଫଳତାକୁ ଖୁବ୍‌ ସହଜରେ ହାସଲ କରିପାରିଛନ୍ତି ନବୀନ ପଟ୍ଟନାୟକ। ଆଜି ୫ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ଅତ୍ୟନ୍ତ ଭାବ ବିହ୍ୱଳ ହୋଇପଡ଼ିଥିଲେ ନବୀନ।

ଦୀର୍ଘ ୧୯ ବର୍ଷର ଯାତ୍ରାକୁ ମନେ ପକାଇ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି ।

ସେ ଆଜି ତାଙ୍କ ଟ୍ୱିଟରେ କହିଛନ୍ତି, ରାଜ୍ୟର ସାଢେ ୪ କୋଟି ପରିବାରର ସଦସ୍ୟ ତାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି। ସେମାନଙ୍କ ଦାୟିତ୍ୱକୁ ସେ ଅତି ନମ୍ରତାର ସହ ଗ୍ରହଣ କରୁଛନ୍ତି ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

Other Stories