୭ଟି କଥାରେ ଦେଶବାସୀଙ୍କ ସହଯୋଗ ଲୋଡିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ଆଜି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି  ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କ ତପସ୍ୟା, ତ୍ୟାଗ ଯୋଗୁ ଏ ପର୍ଯ୍ୟନ୍ତ ଭାରତ କରୋନା କବଳରୁ କିଛି ମାତ୍ରାରେ ବର୍ତ୍ତିବାରେ ସଫଳ ହୋଇଛି

ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଲକ୍‌ଡାଉନ ଅବଧି ସମୟରେ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କଷ୍ଟ ସହିଛନ୍ତି।

ସେଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ।

କରୋନା ଭାଇରସ ବିରୋଧରେ ଲଢିବା ଏବଂ ଜିତିବାପାଇଁ ଦେଶରେ ଲକ୍‌ଡାଉନ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଆଜି ଘୋଷଣା କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ୭ଟି କଥାରେ ଦେଶବାସୀଙ୍କ ସହଯୋଗ ଲୋଡିଛନ୍ତି।

ଏହି ୭ଟି କଥା ହେଲା…

  • ଆପଣଙ୍କ ଘରର ବୟସ୍କ ବ୍ୟକ୍ତିଙ୍କ ବିଶେଷ ଧ୍ୟାନ ରଖନ୍ତୁ। ବିଶେଷ କରି,  ଯେଉଁମାନଙ୍କର ପୁରୁଣା ରୋଗ ଅଛି ସେମାନଙ୍କର ସ୍ୱତନ୍ତ୍ର ଯତ୍ନ ନିଅନ୍ତୁ।
  • ଲକଡାଉନ ଓ ସାମାଜିକ ଦୂରତାକୁ ଲକ୍ଷ୍ମଣ ରେଖା ଭଳି ପାଳନ କରିବା ସହ ଘରେ ତିଆରି ମାସ୍କର ବ୍ୟବହାର କରନ୍ତୁ।
  • ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ପାଳନ କରନ୍ତୁ।
  • କରୋନା ସଂକ୍ରମଣକୁ ରୋକିବା ପାଇଁ ଆରୋଗ୍ୟ ସେତୁ ମୋବାଇଲ ଆପ ନିଶ୍ଚୟ ଡାଉନଲୋଡ କରନ୍ତୁ ।
  • ଗରିବ ପରିବାରର ଯତ୍ନ ନିଅନ୍ତୁ ଓ ସେମାନଙ୍କୁ ଖାଇବାକୁ ଦିଅନ୍ତୁ।
  • ବ୍ୟବସାୟୀ ଓ ଉଦ୍ୟୋଗପତିମାନେ ସେମାନଙ୍କ କର୍ମଚାରୀଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ। କାହାକୁ ବି ଚାକିରିରୁ ବାହାର କରନ୍ତୁ ନାହିଁ ।
  • କରୋନା ଯୋଦ୍ଧା ଯେପରି କି  ଡାକ୍ତର, ନର୍ସ, ପୁଲିସ କର୍ମୀ ଓ ସଫେଇ କର୍ମଚାରୀଙ୍କୁ ସମ୍ମାନ କରନ୍ତୁ।
You might also like