ରେଳ ଧାରଣା ନିକଟରୁ ମିଳିଲା DSP ପତ୍ନୀଙ୍କ ମୃତଦେହ !
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଓଭରବ୍ରିଜ୍ ରେଳ ଧାରଣା ନିକଟରୁ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି।
ମୃତ ମହିଳାଙ୍କ ସ୍ୱାମୀ ଜଣେ ଡିଏସ୍ପି ବୋଲି ସୂଚନା ମିଳିଛି। ମହିଳା ଜଣକ ସ୍ୱାମୀଙ୍କ ସହ ବୈଦ୍ୟନାଥପୁର ଥାନା ଖଡ଼ାସିଂରେ ରହୁଥିଲେ। କୌଣସି କାରଣରୁ ତାଙ୍କ ସ୍ୱାମୀ କଟକକୁ କାମରେ ଆସିଥିବାବେଳେ ଘରେ ପୁଅ,ବୋହୂଙ୍କ ସହ ଉକ୍ତ ମହିଳା ଜଣକ ଥିଲେ। ତେବେ ଗତକାଲି ରାତିରେ ରେଳ ଧାରଣା ନିକଟରୁ ସମ୍ପୃକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।
ତେବେ କେଉଁ ପରିସ୍ଥିତିରେ ମହିଳା ଜଣକଙ୍କ ମୃତ୍ୟୁ ଘଟିଲା ସେନେଇ କିଛି ସ୍ପଷ୍ଟ ଜଣାପଡ଼ିନି।