ଭୁବନେଶ୍ୱରରେ ମର୍ଡର, କାଠ ଫାଳିଆରେ ପିଟିପିଟି ରାଜମିସ୍ତ୍ରୀଙ୍କୁ ହତ୍ୟା !

ଭୁବନେଶ୍ୱର: ରାଜମିସ୍ତ୍ରୀଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ପଛପଟ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ୍‌ ଅଭିଯୁକ୍ତ ସନାତନ ମୁଣ୍ଡାକୁ ଗିରଫ କରିଛି। ମୃତକ ବ୍ୟକ୍ତିଙ୍କ ନାଁ ଦୀପକ। ସେ ଜଣେ ରାଜମିସ୍ତ୍ରୀ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ରାତିରେ ଦୀପକ ଘର ବାହାରେ ବସିଥିଲେ। ଏହି ସମୟରେ ସନାତନ ନିଶାସକ୍ତ ଅବସ୍ଥାରେ ଆସି ଦୀପକଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସନାତନ, ଦୀପକଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିଲେ ବୋଲ ଅଭିଯୋଗ ହୋଇଛି।

ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

ଏହି ଘଟଣାରେ ଚନ୍ଦ୍ରଶେଖରପୁର ପୁଲିସ୍‌ ଅଭିଯୁକ୍ତ ସନାତନକୁ ଗିରଫ କରି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

You might also like