ଥାନା ହାଜତ ଭିତରେ ଅଭିଯୁକ୍ତର ଅାତ୍ମହତ୍ୟା ଉଦ୍ୟମ

ଧାରୁଅା ଅସ୍ତ୍ରରେ ନିଜ ତଣ୍ଟି କାଟି ଅଭିଯୁକ୍ତ ଗୁରୁତର

କଟକ  : ଥାନା ହାଜତ ଭିତରେ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ। ଧାରୁଅା ଅସ୍ତ୍ରରେ ନିଜ ତଣ୍ଟି କାଟିଛି ଅଭିଯୁକ୍ତ। କଟକ ଟାଙ୍ଗୀ ଥାନାରେ ଘଟିଛି ଏଭଳି ଘଟଣା ।

ଅଭିଯୋଗ ଅନୁଯାୟୀ, ଗତ ୨୭ତାରିଖ ବିଳମ୍ବିତ ରାତିରେ ଟାଙ୍ଗୀ ଥାନା ଗୋବିନ୍ଦପୁର ପଞ୍ଚାୟତ ଗୋକୁଳପୁର ଉପରସାହିରେ ଶିଳପୁଅାରେ ଛେଚି ସ୍ତ୍ରୀକୁ ହତ୍ୟା ନେଇ ଅଭିଯୋଗ ହୋଇଥିଲା। ଟାଙ୍ଗୀ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀ ବଳରାମ ନାୟକଙ୍କୁ ଥାନା ହାଜତରେ ଅଟକ ରଖିଥିଲା। ମାତ୍ର ବଳରାମ ହାଜତ ଭିତରେ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୁଲିସ ଗୁରୁତର ଅବସ୍ଥାରେ ବଳରାମଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛି। ତେବେ ଅାତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି।

You might also like