ଏହି ହସ୍ପିଟାଲର ୨୬ ଜଣ ନର୍ସ, ୩ ଜଣ ଡାକ୍ତରଙ୍କ ଆସିଲା କରୋନା ପଜିଟିଭ୍‌ ରିପୋର୍ଟ

ମୁମ୍ବାଇ: ସପ୍ତାହ ଭିତରେ ମୁମ୍ବାଇର Wockhardt ହସ୍ପିଟାଲର ୨୬ ଜଣ ନର୍ସ ଏବଂ ୩ ଜଣ ଡାକ୍ତରଙ୍କ ଶରୀରରେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ଫଳରେ ଏହି ହସ୍ପିଟାଲକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି।

ହସ୍ପିଟାଲର ଭିତରେ ଥିବା ପ୍ରତି ବ୍ୟକ୍ତିଙ୍କର ନମୁନା ନେଗେଟିଭ୍‌ ଆସିବା ଯାଏ କେହି ମଧ୍ୟ ଏହି ହସ୍ପିଟାଲ ବାହାରକୁ ଯାଇପାରବେନି ଏବଂ ଭିତରକୁ ମଧ୍ୟ କେହି ଆସିପାରିବେନାହିଁ। 

ସ୍ଥାନୀୟ ଅତିରିକ୍ତ ମ୍ୟୁନିସିପାଲ କମିଶନର କହିଛନ୍ତି, ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଗଠନ କରାଯାଇଛି, ଯାହାକି ହସ୍ପିଟାଲର ଏତେ ଜଣଙ୍କୁ କରୋନା ସଂକ୍ରମିତ ହେବା ବାବଦରେ ତଦନ୍ତ କରିବ।

ବର୍ତ୍ତମାନ ହସ୍ପିଟାଲର ୨୭୦ରୁ ଅଧିକ ଷ୍ଟାଫ ଓ କିଛି ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। କ୍ୱାର୍ଟରରେ ଥିବା ନର୍ସଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ହସ୍ପିଟାଲର କ୍ୟାଣ୍ଟିନ୍‌ ପୂର୍ବବତ୍‌ ଖାଦ୍ୟ ଯୋଗାଇବ।

You might also like