ଏଣିକି ପବ୍ଲିକ ପ୍ଲେସରେ ମାସ୍କ ନ ପିନ୍ଧିଲେ ହେବେ ଗିରଫ

ମୁମ୍ବାଇ: ମହାମାରୀ କରୋନାର ହଟସ୍ପଟ ଭାବେ ଚିହ୍ନଟ ହୋଇଥିବା ମୁମ୍ବାଇରେ ନୂଆ ନିୟମ ପ୍ରଣୟନ କରିଛନ୍ତି ରାଜ୍ୟ ସରକାର। ଏଠାରେ ଲୋକଙ୍କୁ ପବ୍ଲିକ ପ୍ଲେସରେ ମାସ୍କ ପିନ୍ଧିବା ପାଇଁ  ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଏହାକୁ ଉଲ୍ଲଙ୍ଘନ କରିବେ ଅର୍ଥାତ ମାସ୍କ ପିନ୍ଧିବେ ନାହିଁ, ତା’ହେଲେ ତାଙ୍କୁ ଗିରଫ କରାଯିବ।

ଆଜି ମୁମ୍ବାଇ ପୌରପାଳିକା ସଂସ୍ଥା ପକ୍ଷରୁ ଏହି ଘୋଷଣା କରାଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଏଣିକି ମୁମ୍ବାଇରେ ପବ୍ଲିକ ପ୍ଲେସରେ ମାସ୍କ ପିନ୍ଧିବା ଜରୁରୀ। ଯଦି କେହି ଏହାକୁ ଉଲ୍ଲଙ୍ଘନ କରିବେ, ତା’ହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇ ପାରିବ।

ଲୋକମାନେ ଘରେ ତିଆରି କରି ମାସ୍କ ପରିଧାନ କରିପାରିବେ।

You might also like