ବଢ଼ିଲା ନଈରୁ ଉଦ୍ଧାର ହେଲେ ମାଅା ଝିଅ

ଫୁଲବାଣୀ: ନଈ ଅାଁରୁ ଫେରିଲା ଜୀବନ। ଫୁଲବାଣୀରେ ବଢ଼ିଲା ନଈରୁ ଉଦ୍ଧାର ହେଲେ ମାଅା ଝିଅ।ସୂଚନା ମୁତାବକ, ମାର୍ଦେଜୁ ଗାଁର ସୁଲୋଚନା କହଁର ଏବଂ ଝିଅ ପଦ୍ମିନୀ କହଁର କୌଣସି କାମରେ ଫୁଲବାଣୀ ଅାସିଥିଲେ। ତେବେ ସାଲୁଙ୍କି ନଦୀ ବାଟ ଦେଇ ନିଜ ଗାଁକୁ ଫେରୁଥିବାବେଳେ ହଠାତ ବନ୍ୟାଜଳ ମାଡ଼ି ଅାସିଥିଲା। ଫଳରେ ମାଆ ଝିଅ ବଢ଼ିଲା ନଈ ମଝିରେ ଫସି ଯାଇଥିଲେ। ତେବେ ପାଣି ସୁଅରୁ ରକ୍ଷା ପାଇଁ ନଦୀ ମଝିରେ ଥିବା ଏକ ଗଛକୁ ଧରି ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ମା ଝିଅଙ୍କୁ ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରାଯାଇଥିଲା।

You might also like