ଖୁବ୍‌ ଶୀଘ୍ର ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର: ଜୁନ୍‌ ୧୧-୧୨ ତାରିଖ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସ ଏହି ସୂଚନା ଦେଇଛନ୍ତି।

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ, ମୌସୁମୀ ପାଇଁ ପାଗ ଅନୁକୂଳ ସୃଷ୍ଟି କରିଥିବା ଜଣାପଡ଼ିଛି।

ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁଥିଲା। ଠିକ୍ ସମୟରେ ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଛି। ସାଧାରଣତଃ ଜୁନ୍‌ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ। କିନ୍ତୁ ଚଳିତ ଥର ବାତ୍ୟା ‘ଅମ୍ପନ୍‌’ ଯୋଗୁ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଇଥିଲା ଏବଂ ଜୁନ୍‌ ୧ରୁ-୫ ମଧ୍ୟରେ ମୌସୁମୀ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ଏଥର ମଧ୍ୟ ଠିକ୍ ସମୟରେ ଅର୍ଥାତ ଜୁନ୍‌ ପହିଲାରେ ହିଁ କେରଳକୁ ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ଜୁନ୍‌ ୧୦ରୁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

ଆସନ୍ତା ୪୮ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ କମ୍‌ ରହିପାରେ। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସ ସୂଚନା ଦେଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହୋଇ ଥିବାବେଳେ ଯାଜପୁର ଜିଲ୍ଲାରେ ସର୍ବାଧିକ ୮୧ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

You might also like