ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଚାଷୀ ସମସ୍ୟା, ପିଏନ୍‌ବି ସ୍କାମ୍‌ ଠାରୁ ଆରମ୍ଭ କରି ଦଳିତଙ୍କ ଉପରେ ଆକ୍ରମଣ ଆଦି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରକୁ କାଠଗଡ଼ାରେ ଠିଆ କରିବାକୁ ଉଦ୍ୟମ କରିବା ପାଇଁ ଏକଜୁଟ୍ ହୋଇଛନ୍ତି ବିରୋଧୀ।

ଟ୍ରିପଲ୍‌ ତଲାକ୍ ବିଲ୍‌ ସରକାରଙ୍କ ଏଜେଣ୍ଡାର ଫୋକସ୍‌ରେ ଥିବା ବେଳେ ମହିଳା ସଂରକ୍ଷଣ ବିଲ ପାସ୍ କରାଇବା ଉପରେ ରହିବ କଂଗ୍ରେସର ଗୁରୁତ୍ୱ। ଏନେଇ କଂଗ୍ରେସ ସମର୍ଥନ କରିବ ବୋଲି ଦଳ ସଭାପତି ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେହିପରି ଏସ୍‌ସି/ଏସ୍‌ଟି ସଂରକ୍ଷଣ ସଂଶୋଧନ ସମେତ ଆଉ କେତେକ ନୂଆ ବିଲ୍ ଆଗତ ହେବ। ବିଜେଡି ମହାନଦୀ, ପୋଲାଭରମ୍ ଓ ଏମ୍ଏସ୍‌ପି ପ୍ରସଙ୍ଗ ଗୃହରେ ଉଠାଇବ ବୋଲି ସୂଚନା ଦେଇଛି।

ସରକାର ବିରୋଧୀଙ୍କୁ ସାମ୍ନା କରି ଗୃହକୁ କେମିତି ଚଳାଉଛନ୍ତି, ତା‘ଉପରେ ସମସ୍ତଙ୍କ ନଜର ରହିବ। ଗତ ଅଧିବେଶନ ସଂପୂର୍ଣ୍ଣ ଧୋଇ ହୋଇଯାଇଥିବା ବେଳେ ଏଥର ସୁରୁଖୁରୁରେ ଗୃହ ଚଳାଇବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ୍‌ ହେବ।

 

ଆହୁରି ପଢ଼ନ୍ତୁ

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

ଦିନକରେ ଆଖି ବୁଜିଲେ ଆଉ ୧୫ କରୋନା ରୋଗୀ

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

କରୋନାରୁ ଆରୋଗ୍ୟ ହେଲେ ୩୩୭୮ ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

You might also like