୨୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଉଗାଣ୍ଡା ଗସ୍ତ

ନୂଆଦିଲ୍ଲୀ: ଆଫ୍ରିକା ମହାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ପାଞ୍ଚ ଦିନିଆ ଗ୍ରସ୍ତ ଅବସରରେ ମୋଦି ଆଜି ଉଗାଣ୍ଡାରେ ପହଞ୍ଚିଛନ୍ତି। ଏହି ଅବସରରେ ଉଗାଣ୍ଡା ରାଷ୍ଟ୍ରପତି ୟୁଏରୀ ମୁସଭେନୀଙ୍କ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ମୁଖତଃ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ନେଇ ଆଲୋଚନା ହୋଇଛି। ଉଭୟ ଦେଶ ମଧ୍ୟରେ ଆୟୋଜିତ ହୋଇଥିବା ବ୍ୟବସାୟିକ ସମ୍ମିଳନୀକୁ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି।

ଏହା ସହିତ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ଦୃଢ଼ କରିବା ନେଇ ଆହ୍ୱାନ ଦେଇଛନ୍ତି ମୋଦି। ଦୁଇ ଦେଶର ବିକାଶରେ ଯୁବ ପିଢ଼ିଙ୍କ ଭୂମିକା ବହୁ ଗୁରୁତ୍ୱବହନ କରୁଛି ବୋଲି ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି। ୨୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଉଗାଣ୍ଡା ଗସ୍ତ କରିଛନ୍ତି। ସେପଟେ ଲୋକସଭା ଅଧିବେଶନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ବିରୋଧ କରିଛି କଂଗ୍ରେସ।

You might also like