ଟ୍ୱିଟରରେ ସବୁଠୁ ଅଧିକ ଫଲୋର୍ସ କାହାର ?

ଟ୍ରମ୍ପ ବାସନ୍ଦ ପରେ ପ୍ରଧାନମନ୍ତ୍ରୀ ମୋଦି ନମ୍ୱର ଓ୍ୱାନ୍, ଟ୍ୱିଟରରେ ସବୁଠାରୁ ଅଧିକ ଫଲୋର୍ସ

ଟ୍ୱିଟରରୁ ଡୋନାଲ୍ଡ ଟ୍ରମ୍ପ ବାସନ୍ଦ ହେବା ପରେ ବିଶ୍ୱର ସକ୍ରିୟ ରାଜନେତାଙ୍କ ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ସବୁଠୁ ଅଧିକ ଫଲୋୟର। ଆକାଉଣ୍ଟ ସସପେଣ୍ଡ ପୂର୍ବରୁ ଟ୍ରମ୍ପଙ୍କର ୮୮.୭ ମିଲିୟନ ଫଲୋର୍ସ ଥିଲେ। ଏବେ ଟୁଇଟର ଟ୍ରମ୍ପଙ୍କୁ ବ୍ଲକ କରିବା ପରେ ମୋଦି  ହୋଇଛନ୍ତି ନମ୍ବର ୱାନ । ତେବେ ମୋଦିଙ୍କର ଫଲୋର୍ସ ସଂଖ୍ୟା କେତେ ଜାଣନ୍ତି ?

ବିଶ୍ୱର ସକ୍ରିୟ ରାଜନେତାଙ୍କ ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ହେଉଛନ୍ତି ଅଧିକ ଫଲୋୟର। ଆଉ ଯାହାର କାରଣ ହେଉଛନ୍ତି ନିଜେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଟ୍ୱିଟର ସସପେଣ୍ଡ କରି ଦେବା ପରେ ପିଏମ ମୋଦୀ ସୋସିଆଲ ମିଡ଼ିଆ ଦୁନିଆର ସବୁଠାରୁ ଅଧିକ ଫଲୋ କରାଯାଉଥିବା ସକ୍ରିୟ ରାଜନେତା ହୋଇଛନ୍ତି।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବର୍ତ୍ତମାନ ୬୪.୭ ନିୟୁତ ଫଲୋର୍ସ ଅଛନ୍ତି। ଆକାଉଣ୍ଟ ସସପେଣ୍ଡ ହେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କର ୮୮.୭ ମିଲିୟନ ଫଲୋର୍ସ ଥିଲେ। ତେବେ ଏକଥା ସତ ଯେ, ସୋସିଆଲ ମିଡିଆରେ ସର୍ବାଧିକ ଫଲୋର୍ସ ନେତା ହେଉଛନ୍ତି ବାରାକ୍‌ ଓବାମା।  ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ୧୨୭.୯ ନିୟୁତ ଫଲୋର୍ସ ଅଛନ୍ତି। ତେବେ ସକ୍ରିୟ ରାଜନେତା ଭାବେ ମୋଦି ଆଗରେ।

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କର ୨୩.୩ ନିୟୁତ ଫଲୋର୍ସ ରହିଛନ୍ତି।  ଏହା ସହିତ ଭାରତର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ବର୍ତ୍ତମାନ ୨୪.୨ ନିୟୁତ ଫଲୋର୍ସ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ୨୧.୨ ନିୟୁତ ଫଲୋର୍ସ ରହିଛନ୍ତି।

ଆହୁରି ପଢନ୍ତୁ :

ଟୁଇଟର, ଫେସ୍‌ବୁକ୍‌ ପରେ ୟୁଟ୍ୟୁବ୍‌ରୁ ବାସନ୍ଦ ହେଲେ ଟ୍ରମ୍ପ

ବାରମ୍ୱାର ଟ୍ରମ୍ପଙ୍କ ଉତ୍ତେଜନା ପୂର୍ଣ୍ଣ ଟ୍ୱିଟ ପରେ ତାଙ୍କ ଆକାଉଣ୍ଟକୁ ସସପେଣ୍ଡ କରିବାକୁ ବାଧ୍ୟ ହୋଇଛି। କାଲିଫର୍ନିଆର ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର। ଏହି ଅପ୍ରତ୍ୟାଶିତ ପଦକ୍ଷେପ ପରେ ଜାନୁଆରୀ ୨୦ରେ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନଙ୍କ ଶପଥ ଗ୍ରହଣ ସମାରୋହରେ ଟ୍ରମ୍ପ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି।

ଆମେରିକା ଆଶାନ୍ତ ପଛର କାରଣ କୁଆଡେ ଟ୍ରମ୍ପଙ୍କର ଗୋଟିଏ ଭିଡିଓ ଆଉ ତିନୋଟି ଟ୍ୱିଟ। ଯାହାକୁ ଦେଖିବା ପରେ ହିଂସାକାଣ୍ଡ ଭିଆଇ ଥିଲେ ଟ୍ରମ୍ପଙ୍କ ପ୍ରଶଂସକ। କ୍ୟାପିଟୋଲ ବିଲ୍ଡିଂର ବାହାରେ ପୋଲିସ ଓ ଟ୍ରମ୍ପଙ୍କ ସମର୍ଥକ ମୁହାଁମୁହିଁ ହେବାରୁ ୪ ଜଣଙ୍କ ଜୀବନ ଯାଇଛି। ହିଂସା ଓ ଉତ୍ତେଜନାକୁ ଉସୁକାଇବା ଯୋଗୁଁ ଟ୍ରମ୍ପଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ କରି ଦେଇଛି ଟ୍ୱିଟର।

ଖାଲି ଟ୍ୱିଟର ନୁହେଁ, ଅନେକ ଲୋକପ୍ରିୟ ସୋସିଆଲ ମିଡିଆ କଂପାନୀ ଟ୍ରମ୍ପଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଫେସବୁକ ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିଛି। ଆଉ ବିଡେନଙ୍କ ଶପଥ ଗ୍ରହଣ ସମାରୋହ ପର୍ଯ୍ୟନ୍ତ ଇନଷ୍ଟାଗ୍ରାମ ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦ କରି ଦେଇଛି। ଏମିତିକି ଟ୍ରମ୍ପଙ୍କ ରାଲିର ଅନେକ ଭିଡିଓକୁ ସପ୍ତାହ ପୂର୍ବରୁ ୟୁଟ୍ୟୁବ ହଟାଇବାକୁ ବାଧ୍ୟ ହୋଇଛି।

You might also like