ରୁଟ୍ ନଂ ୨୯କୁ ଛାଡ଼ି ଆଜିଠୁ ସବୁ ରୁଟ୍ରେ ଗଡ଼ିବ ମୋ ବସ୍
ଭୁବନେଶ୍ୱର: ଆଜିଠାରୁ ସ୍ୱାଭାବିକ ହେବ ମୋ ବସ୍ ସେବା। କେବଳ ରୁଟ୍ ନଂ ୨୯କୁ ଛାଡ଼ି ବାକି ୨୨ଟି ରୁଟ୍ରେ ୧୪୪ଟି ମୋ ବସ୍ ଧାର୍ଯ୍ୟ ସମୟରେ ଚଳାଚଳ କରିବ। ଏ ସମ୍ପର୍କରେ ପରିଚାଳନାକାରୀ ସଂସ୍ଥା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।
କରୋନା କଟକଣା ଯୋଗୁ କିଛି ମାସ ଧରି ମୋ ବସ୍ ଚଳାଚଳ ବନ୍ଦ ରହିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ମୋ ବସ୍ ସେବା ଆରମ୍ଭ ହୋଇଥିଲା।
ଏବେ ସ୍ଥିତି କିଛିଟା ସ୍ୱାଭାବିକ ହୋଇଯାଇଥିବାରୁ କେବଳ ରୁଟ୍ ନଂ ୨୯କୁ ଛାଡ଼ି ଆଜିଠୁ ସବୁ ରୁଟ୍ରେ ମୋ ବସ୍ ସେବା ଚଳାଚଳ କରିବ।
ପଢ଼ନ୍ତୁ:ଆଜିଠାରୁ ଖୋଲିବ ମେଡିକାଲ କଲେଜ