ଭୁଜାଲିରେ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ

ଭଦ୍ରକ: ଦୋକାନ କର୍ମଚାରୀଙ୍କୁ ଭୁଜାଲିରେ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ବନ୍ତ ସ୍ଥିତ ଡିଆରଡିଏ ନିକଟରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଦୀନବନ୍ଧୁ ନାୟକ (୩୬) ଭଦ୍ରକ କଚେରି ରୋଡ୍‌ରେ ଥିବା ଏକ ମଦ ଦୋକାନରେ କାମ କରନ୍ତି। ସବୁଦିନ ଭଳି ଗତକାଲି ମଧ୍ୟ ସେ ରାତି ପ୍ରାୟ ୧୧ଟା ସମୟରେ ଦୋକାନ ବନ୍ଦ କରିସାରିବା ପରେ ଟଙ୍କା ଧରି ବାଇକ୍‌ରେ ଡଗମୁଣ୍ଡା ସ୍ଥିତ ତାଙ୍କ ଘରକୁ ଯାଉଥିଲେ।

ସେହି ସମୟରେ ହଠାତ୍ ଏକ କଳା ପଲ୍‌ସର୍‌ରେ ୩ଜଣ ଦୁର୍ବୃତ୍ତ ଆସି ଦୀନବନ୍ଧୁଙ୍କୁ ଅଟକାଇ ଟଙ୍କା ବ୍ୟାଗ୍‌କୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ବ୍ୟାଗ୍‌ଟିକୁ ଦୀନବନ୍ଧୁ ରାସ୍ତା କଡ଼କୁ ଫିଙ୍ଗି ଦେବାରୁ ଗାଡ଼ିରେ ବସିଥିବା ଜଣେ ଦୁର୍ବୃତ୍ତ ତାଙ୍କୁ ଭୁଜାଲିରେ ଚାରି ଚୋଟ ମାରିଥିଲେ। ଏହାପରେ ସେମାନେ ବ୍ୟାଗ୍‌ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିଲେ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କ ଶରୀରରେ ଗଭୀର ଚୋଟ ଲାଗିଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

You might also like