ଗୁରୁପ୍ରିୟା ନିର୍ମାଣରେ ୭୪ କୋଟିର ଅନିୟମିତତା

ଭୁବନେଶ୍ୱର:  ସମ୍ପର୍କର ସେତୁ ଗୁରୁପ୍ରିୟା ନିର୍ମାଣରେ ୭୪ କୋଟିର ଘୋଟାଲା। ୧୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୁରୁପ୍ରିୟା ସେତୁ ନିର୍ମାଣରେ ଧରାପଡ଼ିଛି ଏହି  ୭୪ କୋଟିର ଅନିୟମିତତା। ଠିକାଦାରଙ୍କୁ ଅହେତୁକ ଲାଭ ଦେବାକୁ ଯାଇ ହୋଇଛି ବଡ଼ ଧରଣର ଗଡ଼ବଡ଼ି। ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ୍  ଜେନେରାଲ୍ ବା ପିଏଜିର ପୁରୀ ସ୍ଥିତ ଇକୋନମିକ୍ ସେକ୍ଟର ୨ ପକ୍ଷରୁ ଗତ ୧୬ ତାରିଖରେ ପୂର୍ତ୍ତ ବିଭାଗକୁ ଦିଆଯାଇଥିବା ଏକ ଚିଠି ଖୋଲିଛି ଠିକାଦାରଙ୍କୁ ଅହେତୁକ ଲାଭର ପୋଲ୍। ଠିକାଦାରକୁ ଅହେତୁକ ମୁନାଫା ସଂକ୍ରାନ୍ତ ଡ୍ରାଫ୍ଟ ସଂଲଗ୍ନ କରି ଓ୍ୱାର୍କସ ଡିପାର୍ଟମେଣ୍ଟକୁ ଏହି ଚିଠି ଲେଖାଯାଇଛି।

୨୦୧୪ ଫେବ୍ରୁଆରୀରେ ଗୁରୁପ୍ରିୟା ସେତୁ ପାଇଁ ୧୦୪. ୩୮ କୋଟି ଟଙ୍କା ମଂଜୁର ହୋଇଥିଲା। ଏହାପରେ ଇଞ୍ଜିନିୟରିଂ, ପ୍ରୋକ୍ୟୁରମେଣ୍ଟ ଆଣ୍ଡ କନ୍‌ଷ୍ଟ୍ରକ୍ସନ୍ ବା ଇପିସି ମୋଡ୍‌ରେ କାମ ଦେବାକୁ ବ୍ୟୟ ଅଟକକଳରୁ ୧୭୨.୫୮ କୋଟିକୁ ବୃଦ୍ଧି କରାଗଲା। ହେଲେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ପିଏଜି। ସେତୁ ତିଆରି ପାଇଁ ହୋଇଥିବା ଏଷ୍ଟିମେଟ୍‌ରେ ସମସ୍ତ ନିର୍ମାଣ ଖର୍ଚ୍ଚ ମିଶିଥିବା ବେଳେ ଓପିଡବ୍ଲୁଡି କୋଡ୍‌କୁ ଉଲ୍ଲଂଘନ କରାଯାଇ ବୋଟ୍ ଓ ତରୀ ଦ୍ୱାରା ନିର୍ମାଣ ସରଞ୍ଜାମ ପରିବହନ ବାବଦକୁ ଅଧିକ ୨୪ କୋଟି ଟଙ୍କା ଦିଆଯାଇଥିବା ପିଏଜି ଧରିଛନ୍ତି। ସେହିପରି ମାଲ୍‌, ଶ୍ରମିକ ଓ ଯନ୍ତ୍ରପାତି ଖର୍ଚ୍ଚ ବାବଦକୁ ଦିଆଯିବାକୁ ଥିବା ୭.୫ ପ୍ରତିଶତର ଲାଭ ବଦଳରେ ଏଓଆର୍ ଉଲ୍ଲଂଘନ କରାଯାଇ ୨୫ ପ୍ରତିଶତ ଲାଭ ଦିଆଯାଇଛି। ଯାହାକି ୧୬.୮୭ କୋଟି ଟଙ୍କା ଅଧିକ। ଏଇଭଳି ବିଭିନ୍ନ କ୍ଷେତ୍ରରେ ଠିକାଦାରକୁ ପାଖାପାଖି ୭୪ କୋଟି ଟଙ୍କାର ଅହେତୁକ ମୁନାଫା ଦିଆଯାଇଥିବା ଏବଂ ଏହି ରିପୋର୍ଟକୁ ସିଏଜି ରିପୋର୍ଟରେ ସାମିଲ ପାଇଁ ପ୍ରସ୍ତାବ ଥିବା ଚିଠିରେ ଉଲ୍ଲେଖ ରହିଛି। ତେବେ ଏଭଳି ଅନିୟମିତତା ସଂପର୍କରେ ପୂର୍ତ୍ତମନ୍ତ୍ରୀ କହିଛନ୍ତି ରିପୋର୍ଟ ପଢ଼ିଲା ପରେ ଯାହା କିଛି ପଦକ୍ଷେପ ନିଆଯିବ।

ତେବେ ଗୁରୁପ୍ରିୟା ନିର୍ମାଣରେ ଏତେ ବଡ଼ ଅନିୟମିତତାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବିରୋଧୀ। ବିଜେଡି ଏହାର ଜବାବ ରଖି କହିଛି ରାଜ୍ୟ ସରକାର ପ୍ରଶାସନିକ ବ୍ୟବସ୍ଥାକୁ କାର୍ଯ୍ୟାକରୀ କରାଇଛନ୍ତି। ବିରୋଧିଙ୍କର ଏଥିରେ ଛନକା କ’ଣ ପାଇଁ ପଶୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଚ୍ଛିନ୍ନାଞ୍ଚଳକୁ ବିକାଶର ବାଟ ଫିଟାଇଥିବା ଗୁରୁପ୍ରିୟା ସେତୁର ନିର୍ମାଣକୁ ନେଇ ଗୋଟିଏ ପଟେ ବ୍ୟାପକ ପ୍ରଚାର କରି ନବୀନ ସରକାର ବାହାବା ନେଉଥିବା ବେଳେ ଏତେ ବଡ଼ ଆର୍ଥିକ ଅନିୟମିତତା ସରକାରଙ୍କୁ ହରଡ଼ଘଣାରେ ପକାଇଛି।

ଆହୁରି ପଢ଼ନ୍ତୁ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

ରାସ୍ତାକଡ଼ରେ କାର୍‌‌ ରଖି ବିଷ ପିଇ ଦେଲେ ରାଜନେତା

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ଭାରତରେ ୩ କରୋନା ଭ୍ୟାକ୍‌ସିନ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ ଷ୍ଟେଜ୍‌ରେ

‘ସଫଳ ହେବନି ଡ୍ରାଗନର ଚାଲ୍’

ସଂସଦରେ ଉଠିଲା ବଲିଉଡର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ

୨୪ ଘଣ୍ଟାରେ ଓଡ଼ିଶାରେ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ଆଜି ସର୍ବାଧିକ ୪,୧୯୮ କରୋନା ଆକ୍ରାନ୍ତ‌ ଚିହ୍ନଟ

ଜୀବନ ଜୀବିକା ସନ୍ଧାନରେ ଶ୍ରମିକ; ଭିଟାମାଟି ଛାଡିଲେ ହଜାର ହଜାର ଓଡ଼ିଆ

You might also like