ଲୋକସେବା ଭବନ ପ୍ରବେଶ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେଲାଣି। ଆକ୍ରାନ୍ତଙ୍କ ସହ ମୃତକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ସବୁଠାରୁ ବେଶି ଚିନ୍ତାର ବିଷୟ ହୋଇଛି ଲୋକାଲ କେସ୍‌। ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଓ ରାଜୀବ ଭବନରେ ସାଧାରଣ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।

ଜୁଲାଇ ୩୧ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିବ। ଲୋକମାନଙ୍କ ଭିଡକୁ କମାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖାଯାଇଛି ।

ତେବେ ଆବଶ୍ୟକ ସ୍ଥଳେ ନିର୍ଦ୍ଦିଷ୍ଟ ବିଭାଗ ପକ୍ଷରୁ ଅନୁରୋଧ ପରେ ଗୃହ ବିଭାଗରୁ ପ୍ରବେଶ ଅନୁମତି ମିଳିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ ଛୁଇଁଥିବା ବେଳେ ୫୩୫୩ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ କି ୨୧୫୭ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହାବ୍ୟତୀତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

ଚୀନରେ ନୂଆ ଭାଇରସର ଆତଙ୍କ; ୭ ମୃତ, ୬୦ରୁ ଅଧିକ ହେଲେଣି ଆକ୍ରାନ୍ତ

ରିୟାଙ୍କୁ ମିଳିବନି ସୁରକ୍ଷା, ୩ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ଶୋଇଥିବା ବେଳେ ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର

କାଲି ଲଞ୍ଚ ହେବ Google Pixel 4a ସ୍ମାର୍ଟଫୋନ୍‌ !

ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

କଟକ ସହରରୁ ୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୬ ଲୋକାଲ କେସ୍

ଜୁଲାଇ ୨୯ରେ ବାହାରିବ ମାଟ୍ରିକ ରେଜଲ୍ଟ

ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ଚାଉଳ ଓ ରୋଷେଇ ଖର୍ଚ୍ଚ

ଦିନକରେ ୮୦୮ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

 ବାଘ ରାସ୍ତାରେ ଅଜଗର, ଦେଖନ୍ତୁ ଆଗକୁ କଣ ଘଟିଲା…

ଆଜି କଟକ ସହରରୁ ବାହାରିଲେ ୧୬ ନୂଆ କରୋନା ପଜିଟିଭ୍‌

ଏମ୍‌କେସିଜିରେ ୨୪ ଘଣ୍ଟିଆ OPD ସେବା, କରୋନା ରୋଗୀଙ୍କୁ ଉତ୍ସାହିତ କରିବେ ମନସ୍ତତ୍ତ୍ୱବିତ୍

You might also like