କାଲି ଗୋଟିଏ ଜୁଇରେ ଜଳିଥିଲା ପରିବାରର ୪ ସଦସ୍ୟଙ୍କ ଶବ, ଆଜି ଆଖି ବୁଜିଲେ ଆଉ ଜଣେ
ଝାରସୁଗୁଡ଼ା: ଘରର ଜଣେ ପୁଅର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ମା’ଙ୍କ ସମେତ ୫ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି।
ଏହି ଘଟଣାରେ ପୂର୍ବରୁ ପରିବାରର ୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ପରିବାରର ଜଣେ ପୁଅର ମୃତ୍ୟୁ ପରେ ପ୍ରଥମେ ଘରର ଆଉ ଜଣେ ପୁଅ, ତା’ପରେ ମା’ ଓ ଜଣେ ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ଆଉ ଜଣକ ମୃତ୍ୟୁ ଘଟିଛି। ମୃତକ ହେଲେ ଭଉଣୀ ବନ୍ଦିତା ବିଶ୍ୱାଳ(୩୫)। ବୁର୍ଲା ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ସାଢ଼େ ୯ଟାରେ ତାଙ୍କର ମୃତ୍ୟୁ ଘଟିଛି।
ଗତକାଲି ଗୋଟିଏ ଜୁଇରେ ମା’ ପୁଷ୍ପାବତୀ ବିଶ୍ୱାଳ(୫୮), ଦୁଇ ପୁଅ(ଦୀପକ, ଶ୍ରୀକାନ୍ତ) ଓ ଝିଅ ପିଙ୍କି ବିଶ୍ୱାଳ(୩୧)ଙ୍କ ଶବ ଜଳିଥିବାବେଳେ ଆଜି ଆଉ ଜଣେ ଭଉଣୀ ବନ୍ଦିତାଙ୍କ ମୃତ୍ୟୁ ଘଟିବା ଅତ୍ୟନ୍ତ ଦୁଃଖଦାୟକ। ଏବେ ବୁର୍ଲା ମେଡିକାଲ୍ରେ ଆଉ ଜଣେ ଭଉଣୀ ଚିକିତ୍ସାଧୀନ ଅଛନ୍ତି।
ସୂଚନାଥାଉ କି, ଗତ ୧ ତାରିଖରେ ଦୀପକଙ୍କ ପୁଅର ମୃତ୍ୟୁ ଘଟିଥିଲା। ଏହାପରେ ଏମାନେ ସମସ୍ତେ ଦୁଃଖରେ ମ୍ରିୟମାଣ ହୋଇ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।