ଫେସ୍‌ବୁକ ପୋଷ୍ଟକୁ ନେଇ ଦୁଇ ଦୁଇ ଥର ଜେଲ୍‌ ଗଲେ ସାମ୍ବାଦିକ

ଇମ୍ଫାଲ: ଜଣେ ସାମ୍ୱାଦିକ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ କରି ପୂର୍ବରୁ ଥରେ ଜଲ୍‌ ଯାଇଥିବାବେଳେ ପୁଣି ଥରେ ଗିରଫ ହୋଇଛନ୍ତି। ସାମ୍ୱାଦିକ ଜଣକ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ବିରୋଧୀ ଲେଖା ପୋଷ୍ଟ କରି ଗିରଫ ହୋଇ ଜେଲ୍‌ରେ ଥିବା ସୂଚନା ମିଳିଛି।

ମଣିପୁର୍‌ର ଏହି ସ୍ଥାନୀୟ ସାମ୍ୱାଦିକ ପୂର୍ବରୁ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ କରି ୧୩୩ ଦିନ ଜେଲ୍‌ ଯାଇଥିଲେ। ଜେଲ୍‌ରୁ ମୁକୁଳିବା ପରେ ସେ ପୁଣି ଏକ ପୋଷ୍ଟ କରିଥିଲେ। ଯାହାଫଳରେ ତାଙ୍କୁ ପୋଲିସ୍‌ ଗିରଫ କରି ୪୩ ଦିନ ହେବ ଜେଲ୍‌ରେ ରଖିଛି।

ଘଟଣା ମୁତାବକ ମଣିପୁରର ଜଣେ ମନ୍ତ୍ରୀଙ୍କ ସହ ଜଡ଼ିତ ଥିବା ଜଣେ ମହିଳା ଉକ୍ତ ମନ୍ତ୍ରୀଙ୍କ ପତ୍ନୀଙ୍କ ବିଷୟରେ ଫେସବୁକ୍ ପୋଷ୍ଟରେ ଲେଖିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ ସାମ୍ୱାଦିକ ଜଣକ ଏହି ପୋଷ୍ଟକୁ ରାଜନୈତିକ ରୂପ ଦେଇ ଫେସ୍‌ବୁକ୍‌ରେ ଲେଖିଥିଲେ। ଏଥିସହିତ ଏହି ବିଜେପି ମନ୍ତ୍ରୀଙ୍କ ପତ୍ନୀ ରାଜ୍ୟର ଏକ ସଂଖ୍ୟାଲଘୁ ଜନଜାତି ମାରମ ସମ୍ପ୍ରଦାୟରୁ ଆସିଛନ୍ତି ବୋଲି କହିଥିଲେ।

ତେବେ ପୋଷ୍ଟଟି ଲେଖିବାର ଏକ ସପ୍ତାହ ପରେ ଲୋକଙ୍କ ଧ୍ୟନ ପଡ଼ିଥିଲା। ସ୍ଥାନୀୟ ଏସ୍‌ପିଙ୍କ କହିବା ଅନୁସାରେ ସାମ୍ୱାଦିକ ଲେଖିଥିବା ଏହି ପୋଷ୍ଟଟିକୁ ମାରମ ଜନଜାତିର ମହିଳା ସଂଘ ନିଜ ସମ୍ପ୍ରଦାୟ ପ୍ରତି ଅପମାନ କହି ବିରୋଧ କରିଥିଲେ। ସମାନେ ଏକ ପ୍ରେସ୍‌ ରିଲିଜ୍ ଜାରି କରି ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

You might also like