ପୁଅର ଠେଙ୍ଗା ମାଡ଼ରେ ବାପା ମୃତ

ଯାଜପୁର: ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ ହୋଇଛି। ଯାଜପୁର କମାରସାହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ସୂଚନା ମୁତାବକ,ଆଜି ସକାଳେ ଝଗଡ଼ା ବଢ଼ିବାରୁ ରାଧେଶ୍ୟାମ ବେହେରା ଏବଂ ତାଙ୍କ ସାନ ପୁଅ ପ୍ରମୋଦ ବେହେରା ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ତେବେ ପ୍ରମୋଦର ଠେଙ୍ଗା ମାଡ଼ରେ ବାପର ମୃତ୍ୟୁ ହୋଇଥିବାବେଳେ ବାପର ଠେଙ୍ଗା ମାଡ଼ରେ ଆହତ ହୋଇଛି ପ୍ରମୋଦ। ଉଭୟଙ୍କୁ ମେଡିକାଲ ନିଆଯାଇଥିବାବେଳେ ବାପା ରାଧେଶ୍ୟାମଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଚିକିତ୍ସା ପରେ ପୁଲିସ୍‌ ପ୍ରମୋଦକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

 

 

 

You might also like